ନୂଆଦିଲ୍ଲୀ : କାର୍ୟ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ୍ । ସଂସଦୀୟ ସମିତି ତରଫରୁ ଏଭଳି ସୁପାରିଶ କରାଯାଇଛି । ଏବେ ଥିବା ନିୟମ ମୁତାବକ କାର୍ୟ୍ୟବେଳେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକ ପରିବାର ଭଳି ସୁବିଧା ସୁଯୋଗ ପ୍ରଦାନ କରାଯାଉ ନାହଁ । ରକ୍ଷା ମାମଲାର ସଂସଦୀୟ ସମିତି ତାର ରିପୋର୍ଟରେ କହିଛି କି, ସହିଦ ହେଉଥିବା ଅଗ୍ନିବୀର ପରିବାରର ଦୁଖକୁ ଧ୍ୟାନରେ ରଖି ଏଭଳି ସୁପାରିଶ କରାଯାଇଛି । କେବଳ ସେତିକି ନହେଁ କାର୍ୟ୍ୟରତ ସୈନିକ ସହିଦ ହେଲେ ସେମାନଙ୍କ ପରିବାରକୁ ମିଳୁଥିବା ସହାୟାତ ରାଶି ଉପରେ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି ।
Views: 80