ନୂଆଦିଲ୍ଲୀ : ଇପିଏଫ ସୁଧହାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଢିଲା । ସୁଧହାର ୮.୨୫% ବୃଦ୍ଧି ନେଇ ସିବିଟି ପକ୍ଷରୁ ସୂଚନା ଜାରି । ବିଗତ ୩ ବର୍ଷରେ ଏହା ସର୍ବାଧିକ ସୁଧହାର ସୂଚନା । ପୂର୍ବ ବର୍ଷ ସୁଧହାର ୮.୧୦ ପ୍ରତିଶତ ରୁ ୮.୧୫ ପ୍ରତିଶତକୁ ବଢିଥିଲା । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫଓ ଏବଂ ସିବିଟି ତରଫରୁ ଏହି ସୁଧହାର ବୃଦ୍ଧି କରାଯାଇଛି। ଗତ ବର୍ଷ ମାର୍ଚ୍ଚରେ ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୮. ୧୫ ପ୍ରତିଶତ ଘୋଷଣା ହୋଇଥିଲା। ଏହା ପୂର୍ବରୁ ୨୦୨୨ ଆର୍ଥିକ ବର୍ଷ ଲାଗି ଇପିଏଫଓ ସୁଧହାର ୮. ୧୦ ପ୍ରତିଶତ ରହିଥିଲା। ଇପିଏଫଓ ସୁଧହାର ବୃଦ୍ଧି ଫଳରେ ଏହାର ଲାଭ କୋଟି କୋଟି କର୍ମଚାରୀଙ୍କୁ ମିଳିବ ।
Views: 78