ଢେଙ୍କାନାଳ : ଇଟା ଭାଟିରେ ଚାଲିଗଲା ୪ ଜଣଙ୍କ ଜୀବନ । କଣ୍ଟାବଣିଆ ଥାନା କମଳାଙ୍ଗ ନିକଟ ଇଟା ଭାଟିରେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ସୂଚନା । ଗତକାଲି ରାତିରେ ହାତୀ ଭୟରେ ୨ ଜଣ ଶ୍ରମିକ ଓ ଶିଶୁ କନ୍ୟା ଇଙ୍କା ଭାଟି ତଳେ ନିଆଁ ଲାଗିଥିବା ବେଳେ ଇଟା ଭାଟି ଉପରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ କଣ୍ଟା ବଳିଆ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 66