କଟକ : କଟକ -ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଫୁଲନଖରା ନିକଟସ୍ଥ ନଖରାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କର ତ୍ରୀବେଣୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ଭାବେ ପୂଜା ନୀତି କାନ୍ତି ସାଙ୍ଗକୁ ପ୍ରାଚୀ ନଦୀରୁ ପବିତ୍ର ଜଳ ଅଣାଯାଇ ତ୍ରୀବେଣୀ ମଣ୍ଡପରେ ସ୍ନାନ କରାଯାଇଥିଲା । ଏହି ଅବସରରେ ୫୨ ଗୋଟି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଗଠନ କରାଯାଇଥିବା, ଶ୍ରୀଲକ୍ଷେଶ୍ୱର ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀର ୨୫ ତମ ବାର୍ଷିକ ଓଡିଶୀ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମହନ୍ତ ନଳୀନ କୁମାର ସ୍ୱାଇଁ ,ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା ଙ୍କ ନେତୃତ୍ୱରେ ଆଖପାଖ ୫୨ ଗୋଟି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ । ବର୍ତ୍ତମାନ ସମୟରେ ସଂକୀର୍ତ୍ତନ ଗୋଷ୍ଠୀ ଧିରେ ଧିରେ କମିଯାଉଥିବାରୁ ଯୁବ ପିଢ଼ି ମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଅନୁପ୍ରାଣିତ ହେବା ଲାଗି ଶ୍ରୀ ଲକ୍ଷେଶ୍ୱର ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀ ବିଭିନ୍ନ ଗ୍ରାମରେ ଯୁବକ ମାନଙ୍କୁ ସଂକୀର୍ତ୍ତନ ଶିକ୍ଷା ପ୍ରଦାନ କରୁଛି । ଏହି ଉତ୍ସବରେ ବିଜେଡିର ଆଶୟୀ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ଅତି ଭାବେ ଯୋଗ ଦେଇ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସଂକୀର୍ତ୍ତନ କଳାକାର ମାନଙ୍କୁ କଳାକାର ଭତ୍ତା ପ୍ରଦାନ କରିଆସୁଛନ୍ତି । ଖୁବଶୀଘ୍ର ଆଉ ୩୦ ହଜାର କଳାକାର ଙ୍କୁ କଳାକାର ଭତ୍ତା ଦେବା ପାଇଁ ଘୋଷଣା କରାଯିବ ବୋଲି କହିଥିଲେ ।
ତ୍ରିବେଣୀ ଅମାବାସ୍ୟା ଅବସରରେ ଲକ୍ଷେଶ୍ୱର ପୀଠରେ ୨୫ ତମ ବାର୍ଷିକ ଓଡିଶୀ ସଂକୀର୍ତ୍ତନ ମହୋତ୍ସବ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା
ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...
ଆଇପିଏସ ପରାଗ ଜୈନ ନୂଆ ର’ ମୁଖ୍ୟ
ନୂଆଦିଲ୍ଲୀ : ଆଇପିଏସ ପରାଗ ଜୈନ ହେଲେ ନୂଆ ର’ ମୁଖ୍ୟ । ପରାଗ ଜୈନଙ୍କୁ ନିଯୁକ୍ତ କଲେ ସରକାର । ଜୁଲାଇ ପହିଲାରୁ ଦାୟିତ୍ୱ ଗ୍ରହଣ...
୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା !
ଭୁବନେଶ୍ୱର : ଆସୁଛି ଦୁଇ ଦୁଇଟି ଲଘୁଚାପ । ୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା । ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି ।...
ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ !
କୋଲକତା : ପଶ୍ଚିମବଙ୍ଗର ଜଣେ ମହିଳା ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ । ୨୦୧୩ ମସିହାରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସନ୍ୟାସୀ କାର୍ତ୍ତିକ...