କଟକ : କଟକ -ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଫୁଲନଖରା ନିକଟସ୍ଥ ନଖରାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କର ତ୍ରୀବେଣୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ଭାବେ ପୂଜା ନୀତି କାନ୍ତି ସାଙ୍ଗକୁ ପ୍ରାଚୀ ନଦୀରୁ ପବିତ୍ର ଜଳ ଅଣାଯାଇ ତ୍ରୀବେଣୀ ମଣ୍ଡପରେ ସ୍ନାନ କରାଯାଇଥିଲା । ଏହି ଅବସରରେ ୫୨ ଗୋଟି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଗଠନ କରାଯାଇଥିବା, ଶ୍ରୀଲକ୍ଷେଶ୍ୱର ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀର ୨୫ ତମ ବାର୍ଷିକ ଓଡିଶୀ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମହନ୍ତ ନଳୀନ କୁମାର ସ୍ୱାଇଁ ,ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା ଙ୍କ ନେତୃତ୍ୱରେ ଆଖପାଖ ୫୨ ଗୋଟି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ । ବର୍ତ୍ତମାନ ସମୟରେ ସଂକୀର୍ତ୍ତନ ଗୋଷ୍ଠୀ ଧିରେ ଧିରେ କମିଯାଉଥିବାରୁ ଯୁବ ପିଢ଼ି ମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଅନୁପ୍ରାଣିତ ହେବା ଲାଗି ଶ୍ରୀ ଲକ୍ଷେଶ୍ୱର ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀ ବିଭିନ୍ନ ଗ୍ରାମରେ ଯୁବକ ମାନଙ୍କୁ ସଂକୀର୍ତ୍ତନ ଶିକ୍ଷା ପ୍ରଦାନ କରୁଛି । ଏହି ଉତ୍ସବରେ ବିଜେଡିର ଆଶୟୀ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ଅତି ଭାବେ ଯୋଗ ଦେଇ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସଂକୀର୍ତ୍ତନ କଳାକାର ମାନଙ୍କୁ କଳାକାର ଭତ୍ତା ପ୍ରଦାନ କରିଆସୁଛନ୍ତି । ଖୁବଶୀଘ୍ର ଆଉ ୩୦ ହଜାର କଳାକାର ଙ୍କୁ କଳାକାର ଭତ୍ତା ଦେବା ପାଇଁ ଘୋଷଣା କରାଯିବ ବୋଲି କହିଥିଲେ ।
ତ୍ରିବେଣୀ ଅମାବାସ୍ୟା ଅବସରରେ ଲକ୍ଷେଶ୍ୱର ପୀଠରେ ୨୫ ତମ ବାର୍ଷିକ ଓଡିଶୀ ସଂକୀର୍ତ୍ତନ ମହୋତ୍ସବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











