ପୁରୀ : ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି । ଡୋନେସନ ସେଲରେ ଟଙ୍କା ଗଣତି ବେଳେ ଚୋରି । ସିସିଟିଭିରୁ ଧରା ପଡିଲେ ଚୋରି କରିଥିବା ସମ୍ପୃକ୍ତ ବ୍ୟକ୍ତି । ଶ୍ରୀମନ୍ଦିର ପ୍ରଶାସନର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧରାପଡିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ଜବତ । ଦାନ ଟଂକା ଗଣତି ବେଳେ ଶ୍ରୀମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ୭ ଦିନ ପାଇଁ ନିୟୋଜିତ ହୋଇଥିଲେ । କିନ୍ତୁ ଡ୍ୟୁଟିରେ ଥିବା ସମୟରେ ସେ ଚୋରି କରିଥିଲେ ନା ଡ୍ୟୁଟିରେ ନଥିବା ବେଳେ ତାହା ସ୍ପଷ୍ଟ ହୋଇପାରିନି । ତେବେ ଗଣତି ବେଳେ ସ୍ୱଚ୍ଛତା ବଜାୟ ଉପରେ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ରହିଛି । ସିଂହଦ୍ୱାର ଥାନାରେ ଏ ନେଇ ଏତଲା ହୋଇଛି । ସମ୍ପୃକ୍ତଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ପ୍ରଶାସନ ।
Views: 71