The Ultimate Managed Hosting Platform
ADVERTISEMENT

ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଏକାଠି ଫଟୋ ଉଠାଇଲେ ଶାସକ-ବିରୋଧୀ

Facebook
Twitter
LinkedIn

ଭୁବନେଶ୍ୱର : ଗୋଟିଏ ଫ୍ରେମରେ ଉଭୟ ଶାସକ-ବିରୋଧୀ । ଷୋଡଶ ବିଧାନସଭାର ଆଜି ଥିଲା ଶେଷ ଅଧିବେଶନ । ବିଧାନସଭା ଶେଷ ହେବା ପରେ ଗୋଟିଏ ଫ୍ରେମରେ ଉଭୟ ଶାସକ-ବିରୋଧୀଙ୍କୁ ଦେଖିବାକୁ ମିଳିଛି । ଶାସକ-ବିରୋଧୀ ଏକାଠି ହୋଇ ଫଟୋସୁଟ୍ କରିଛନ୍ତି । ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଫଟୋସୁଟ୍ ସମୟରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଛି । ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା । କାରଣ ଉଭୟ ୨୦୨୪ ନିର୍ବାଚନରେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ସେହିଭଳି ୨୦୨୪ ନିର୍ବାଚନରେ ଅନେକ ବିଧାୟକ ଟିକେଟରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଭାବବିହ୍ୱଳ ହୋଇଛନ୍ତି ବିଧାୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

ADVERTISEMENT
ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ !

ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ !

କୋଲକତା : ପଶ୍ଚିମବଙ୍ଗର ଜଣେ ମହିଳା ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ । ୨୦୧୩ ମସିହାରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସନ୍ୟାସୀ କାର୍ତ୍ତିକ...

Login