କଟକ : କଟକରେ ବାଘ ଛାଲ ରାକେଟ । ଡିଲ ବେଳେ ମାଡି ବସିଲା ବନବିଭାଗ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବନବିଭାଗ । କଟକ ନେତାଜୀ ସୁବାସ ବ୍ରିଜ ପାଖରେ ବିକ୍ରି ପାଇଁ ଚାଲିଥିଲା ଯୋଜନା । ବିଶେଷ ସୂତ୍ରରୁ ଖବର ପାଇ ଜଗି ରହିଥିଲେ କଟକ ଫରେଷ୍ଟ ଡିଭିଜନ ଟିମ୍ । ଟିମକୁ ଦେଖି ବାଇକରେ ଫେରାର ହେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଯାହା ଫଳରେ ଟାଙ୍ଗି ଟୋଲ ଗେଟ ପ ର୍ଯ୍ୟନ୍ତ ଗୋଡାଇଲା ବନ ବିଭାଗ । ସେଠାରେ କଲରାପତରିଆ ବାଘ ଛାଲ ପିନ୍ଧି ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ଘଟଣା ପର ଦିନ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ ।
Views: 65