ଜଗତସିଂହପୁର : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଟ୍ଟସରା ପଞ୍ଚାୟତର କୂଳପଟ୍ଟସରା ଠାରେ ବିଜୁ ଜନତା ଦଳ ତରଫରୁ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ପରିବାର ସମ୍ପର୍କ ଅଭିଯାନ ଘରେ ଘରେ ଶଙ୍ଖ କାର୍ୟ୍ୟକ୍ରମ ସଭାକାର୍ୟ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭରେ ଆଳିପିଙ୍ଗଳ ଆମ୍ବତୋଟା ନିକଟରୁ ହଜାର ହଜାର କର୍ମୀ ଶ୍ରୀ ଦାସ ଙ୍କୁ ସ୍ୱାଗତ କରିଥିଲେ । ପରେ ପଦଯାତ୍ରାରେ ବାହାରି ଆଳିପିଙ୍ଗଳ ବଜାର ଦେଇ ପଟ୍ଟସରା ପଞ୍ଚାୟତ ଅଭିମୁଖେ ବାଇକ ଶୋଭାଯାତ୍ରା ରେ ଶ୍ରୀ ଦାସ ଯାଇଥିଲେ । ସେଠାରେ ଶହ ଶହ ସଂଖ୍ୟାରେ ମହିଳା ମାନେ ସ୍ବାଗତ କରିଥିଲେ । ପରେ ସେହି ଗ୍ରାମରେ ବାସିନ୍ଦା ମାନଙ୍କ ଘରେ ଦାସ ବିଜୁ ଜନତା ଦଳର ଆମ ଚି଼ହ୍ନ ଶଙ୍ଖ ଚି଼ହ୍ନର ଷ୍ଟିକରିଂ କରିଥିଲେ କ୍ଷଏହା ପରେ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଆଲୋକପାତ କରିଥିଲେ । ଆଜିର ଏହି ପରିବାର ସମ୍ପର୍କ ଅଭିଯାନ ଘରେ ଘରେ ଶଙ୍ଖର ପ୍ରଚାର ପ୍ରସାର ହେବ କିପରି ଆମେ ସମସ୍ତ ପରିବାରକୁ ବିଜୁ ଜନତା ଦଳ ରେ ସାମିଲ କରିବା ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ ।
ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ ଅନୁଷ୍ଠିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











