କଟକ : କଟକ ସଦର ବ୍ଲକ ଆମଣ ପଞ୍ଚାୟତର ବିଶ୍ୱାଳପଡା ସ୍ଥିତ ଗ୍ରାମେଶ୍ୱର ମହାଦେବଙ୍କ ପୀଠ ସ୍ଥଳୀରେ ଗୁରୁବାର ମଧ୍ୟାହ୍ନରେ ଆମଣ ପଞ୍ଚାୟତର କଂଗ୍ରେସ ସାଙ୍ଗଠନିକ ବୈଠକ ପଞ୍ଚାୟତ ସଭାପତି କୃଷ୍ଣ ଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ କଂଗ୍ରେସର ବରିଷ୍ଠ ସଭ୍ୟ ଶ୍ୟାମ ସୁନ୍ଦର ଖଟୁଆ ସଭାପତିତ୍ୱ କରିଥିଲେ । କଟକ ସଦର ବ୍ଲକ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛୟତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲାବେଳେ, କଟକ ଜିଲ୍ଲା କଂଗ୍ରେସ କମିଟିର ସଂପାଦକ ନିହାର ରଞ୍ଜନ ନନ୍ଦ, ପୂର୍ବତନ ସରପଞ୍ଚ ପୁନାନନ୍ଦ ଭୋଇ, ପ୍ରମୁଖ ଯୋଗ ଦେଇ କହିଲେ ଯେ, ବିଜେଡ଼ି ବିଜେପି ବିକାଶର କଥା କହୁଥିଲା ବେଳେ ସେଭଳି କୌଣସି ଆଖି ଦୃଶିଆ କାର୍ୟ୍ୟ ହୋଇନାହିଁ । ବିଜେଡ଼ି ସରକାର ଅମଳରେ ଆଖି ଦୃଶିଆ ପିସି କାରବାର ବୃଦ୍ଧି ପାଇଛି। ଵୋଲି କହିଥିଲେ । ବର୍ତ୍ତମାନ କଂଗ୍ରେସ କର୍ମୀ ଯାଗ୍ରତ ହୋଇ ଏକାଠି ହେବା ଆରମ୍ଭ କରିଦେଲେଣି । ଏହାର ପ୍ରତି ଯବାବ ଆସନ୍ତା ବିଧାନଭା ନିର୍ବାଚନରେ ଜନସାଧାରଣ ଦେବେ ବୋଲି କହିଥିଲେ । ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ କଂଗ୍ରେସ କର୍ମୀ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବା ପାଇଁ କଂଗ୍ରେସର ନେତୃବୃନ୍ଦ ମାନେ ପରାମର୍ଶ ଦେଇଥିଲେ ।
ଆମଣ ପଞ୍ଚାୟତରେ କଂଗ୍ରେସର ସାଙ୍ଗଠନିକ ବୈଠକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦେଶୀ ମଦ ବୋଝେଇ ଗାଡି ଜବତ
ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ...
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ...
ରଥରେ ଗଜପତିଙ୍କ ଛେରା ପହଁରା
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ...
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ
ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...