କଟକ : କଟକ ସଦର ବ୍ଲକ ଆମଣ ପଞ୍ଚାୟତର ବିଶ୍ୱାଳପଡା ସ୍ଥିତ ଗ୍ରାମେଶ୍ୱର ମହାଦେବଙ୍କ ପୀଠ ସ୍ଥଳୀରେ ଗୁରୁବାର ମଧ୍ୟାହ୍ନରେ ଆମଣ ପଞ୍ଚାୟତର କଂଗ୍ରେସ ସାଙ୍ଗଠନିକ ବୈଠକ ପଞ୍ଚାୟତ ସଭାପତି କୃଷ୍ଣ ଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ କଂଗ୍ରେସର ବରିଷ୍ଠ ସଭ୍ୟ ଶ୍ୟାମ ସୁନ୍ଦର ଖଟୁଆ ସଭାପତିତ୍ୱ କରିଥିଲେ । କଟକ ସଦର ବ୍ଲକ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛୟତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲାବେଳେ, କଟକ ଜିଲ୍ଲା କଂଗ୍ରେସ କମିଟିର ସଂପାଦକ ନିହାର ରଞ୍ଜନ ନନ୍ଦ, ପୂର୍ବତନ ସରପଞ୍ଚ ପୁନାନନ୍ଦ ଭୋଇ, ପ୍ରମୁଖ ଯୋଗ ଦେଇ କହିଲେ ଯେ, ବିଜେଡ଼ି ବିଜେପି ବିକାଶର କଥା କହୁଥିଲା ବେଳେ ସେଭଳି କୌଣସି ଆଖି ଦୃଶିଆ କାର୍ୟ୍ୟ ହୋଇନାହିଁ । ବିଜେଡ଼ି ସରକାର ଅମଳରେ ଆଖି ଦୃଶିଆ ପିସି କାରବାର ବୃଦ୍ଧି ପାଇଛି। ଵୋଲି କହିଥିଲେ । ବର୍ତ୍ତମାନ କଂଗ୍ରେସ କର୍ମୀ ଯାଗ୍ରତ ହୋଇ ଏକାଠି ହେବା ଆରମ୍ଭ କରିଦେଲେଣି । ଏହାର ପ୍ରତି ଯବାବ ଆସନ୍ତା ବିଧାନଭା ନିର୍ବାଚନରେ ଜନସାଧାରଣ ଦେବେ ବୋଲି କହିଥିଲେ । ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ କଂଗ୍ରେସ କର୍ମୀ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବା ପାଇଁ କଂଗ୍ରେସର ନେତୃବୃନ୍ଦ ମାନେ ପରାମର୍ଶ ଦେଇଥିଲେ ।
ଆମଣ ପଞ୍ଚାୟତରେ କଂଗ୍ରେସର ସାଙ୍ଗଠନିକ ବୈଠକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











