The Ultimate Managed Hosting Platform
ADVERTISEMENT

କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍ ଡେଟେଡ; ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜ୍ୟସଭାରେ କଂଗ୍ରେସକୁ ସିଧା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ମୋଦିଙ୍କ ଶାଣିତ ବକ୍ତବ୍ୟ । ଆପଣମାନେ ମୋ ସ୍ୱର ଦବେଇ ପାରିବେନି କହିଲେ ମୋଦି । କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସବୁଠାରୁ ପୁରୁଣା ଦଳର ଚିନ୍ତାଧାରା ବି ପୁରୁଣା । ସେଥିପାଇଁ ସେମାନଙ୍କ କାର୍ୟ୍ୟଶୈଳୀ ଜନତାଙ୍କୁ ପସନ୍ଦ ଆସୁନାହିଁ । ଏଥର ଲୋକସଭାରେ ୪୦ ସିଟ୍ ବି ହାତେଇ ପାରିବ ନାହିଁ କଂଗ୍ରେସ ପାର୍ଟି । ଏଥର ୪୦୦ ଆସନ ହାତେଇ ତୃତୀୟ ପାଳିର ସରକାର ଗଢିବ ଭାରତୀୟ ଜନତା ପାର୍ଟି । ଆମ ସରକାରର ୧୦ ବର୍ଷରେ ଭାରତ ବିଶ୍ୱ ଅର୍ଥନୀତିରେ ୫ମ ସର୍ବବୃହତ୍ ଅର୍ଥବ୍ୟବସ୍ଥା ହୋଇ ପାରିଛି । ଖୁବଶୀଘ୍ର ଏହା ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମେ ବହୁତ ପରିଶ୍ରମ କରି ଦେଶକୁ ସଂକଟରୁ ବାହାରକୁ ଆଣିଛୁ । ଖାଲିଟାରେ ଆମକୁ ଦେଶବାସୀ ଆଶୀର୍ବାଦ ଦେଉ ନାହାଁନ୍ତି ବୋଲି ମୋଦୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login