ଭୁବନେଶ୍ୱର : ରାଜ୍ୟରେ ଆଉ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ମିଳିଛି ଦାବିପତ୍ର । ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉତ୍ତର । ଧର୍ମଗଡ, ପଦ୍ମପୁର, କଣ୍ଟାବାଂଜି ସହ ୨୮ଟି ନୂଆ ଜିଲ୍ଲା ପାଇଁ ଦାବି । ମୟୂରଭଂଜରେ ୪ଟି ନୂଆ ଜିଲ୍ଲା ପାଇଁ ମିଳିଛି ଦାବିପତ୍ର । ପଶ୍ଚିମ ମୟୂରଭଂଜ , ରାଇରଙ୍ଗପୁର,ଖିଚିଂ, କରଞ୍ଜିଆ ଜିଲ୍ଲା ଦାବି । ଗଂଜାମରେ ବି ୪ଟି ନୂଆ ଜିଲ୍ଲା ଗଠନ ପାଇଁ ମିଳିଛି ଦାବିପତ୍ର । ଘୁମୁସର, ରୁଷିକୁଲ୍ୟା, ବ୍ରହ୍ମପୁର ଓ ଭଂଜନଗର ଜିଲ୍ଲା ପାଇଁ ଦାବି । ଉପ ଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀଙ୍କ ଉତ୍ତର ।
Views: 73