ଭୁବନେଶ୍ୱର : ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ । ବାରମ୍ବାର ବିଧାନସଭା ମୁଲତବି । ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ୱାଭାବିକ ହୋଇପାରିନି ଗୃହକାର୍ୟ୍ୟ । ପ୍ରଥମ ଦିନ ୧୧ଟା ୩୦, ପରେ ୧୨ଟା ୩୦ ଏବଂ ପରବର୍ତ୍ତୀ ସମୟରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପିର ହଟ୍ଟଗୋଳ ଓ ନାରାବାଜି ଫଳରେ ପୁଣିଥରେ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭରୁ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ କରିଥିଲେ ।
Views: 63