ଭୋପାଲ : ମଧ୍ୟପ୍ରଦେଶ ବାଣ ବିସ୍ଫୋରଣ ଘଟଣାରେ ମାଲିକ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ମାଲିକ ରାଜେଶ ଅଗ୍ରୱାଲ ଓ ସୋମେଶ ଅଗ୍ରୱାଲ ଓ ଅନ୍ୟ ଜଣେ ରଫିକ ଖାନ୍ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଘଟଣା ପରେ ଦିଲ୍ଲୀ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ । ବଡ଼ କଥା ହେଉଛି ବାଣ ବିସ୍ଫୋରଣ ହୋଇଥିବା କାରଖାନାର ଲାଇସେନ୍ସ ନଥିବା ଜଣାପଡ଼ିଛି । ୨୦ବର୍ଷ ହେଲା ଏହି ବାଣ କାରଖାନା ଚାଲିଥିଲେ ବି ଏହାର ଲାଇସେନ୍ସ ନାହିଁ । ଏପରିକି ବାଣ କାରଖାନାରେ ସୁରକ୍ଷା ପାଇଁ ପର୍ୟ୍ୟାପ୍ତ ପଦକ୍ଷେପ ମଧ୍ୟ ନିଆଯାଇନଥିଲା । ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଗତକାଲି ଘଟିଥିବା ଏହି ବଡ଼ ଧରଣର ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୪ଜଣ ଆହତ ହୋଇଥିଲେ । ଏବେବି ଡାକ୍ତରଖାନାରେ ୫୦ରୁ ଅଧିକ ସଂକଟାପର୍ଣ୍ଣଙ୍କ ଚିକିତ୍ସା ଚାଲିଛି ।
Views: 67