The Ultimate Managed Hosting Platform
ADVERTISEMENT

କମିବ ବୁଲା କୁକୁରଙ୍କ ଆତଙ୍କ, ଜଳାନ୍ତକ ମୁକ୍ତ ହେବ ରାଜଧାନୀ

Facebook
Twitter
LinkedIn

ଭୁବନେଶ୍ବର: ଭୁବନେଶ୍ୱର ହେବ ଜଳାନ୍ତକ ରୋଗ ମୁକ୍ତ ସହର । ରାଜଧାନୀରେ କମିବ ବୁଲା କୁକୁରଙ୍କ ଆତଙ୍କ । କୁକୁର ବନ୍ଧ୍ୟାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି ବିଏମସି ମେୟର ଓ ବିଧାୟକ । ଏହି କେନ୍ଦ୍ରରେ ୨୪୦ କୁକୁର ରହିବାର କ୍ଷମତା ରହିଛି । ଏଥିରେ ୪୮ଟି ଗୃହ ରହିଥିବା ବେଳେ ୨ଟି ଅପରେସନ ଥିଏଟର, ୫ଟି ଅପରେସନ ଟେବୁଲ ରହିଛି । ପ୍ରତିଦିନ ଶହେ କୁକୁରଙ୍କ ବନ୍ଧ୍ୟାକରଣ ହୋଇ ପାରିବ । କୁକୁରଙ୍କୁ ଆଣିବା ଓ ଛାଡିବା ପାଇଁ ୨ଟି ଯାନ ରହିଛି । ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀ ମଧ୍ୟ ରହିଛନ୍ତି । ସରକାରୀ ନିୟମ ଏବଂ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୁକୁରଙ୍କୁ ପୃଥକ ଭାବେ ରଖାଯିବା ସହ ସେମାନଙ୍କର ଖାଇବା, ପିଇବା ଏବଂ ଯତ୍ନ ନିଆଯିବ । ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ବନ୍ଧ୍ୟାକରଣ ଓ ଟୀକାକରଣ କରାଯାଇ ଚିକିତ୍ସା କରାଯିବ । ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ମଧ୍ୟ ନିଆଯିବ । ବନ୍ଧ୍ୟାକରଣ ଅବଧି ପରେ ସେମାନଙ୍କୁ ନିଜ ସ୍ଥାନରେ ସୁରକ୍ଷିତ ଭାବେ ଛାଡି ଦିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login