ଭୁବନେଶ୍ୱର : ଓଡିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ । ଉଦୟନଗର ଛଳରୁ ପାନପୋଷକୁ ପଦଯାତ୍ରା ସହ ସମାବେଶ କରିବେ । ରାଜଗାଙ୍ଗପୁର, କୁତ୍ରା ଓ ବଡଗାଁ ଦେଇ ସୁନ୍ଦରଗଡରେ ପହଁଚିବେ । ଆସନ୍ତାକାଲି ଝାରସୁଗୁଡାରେ ପଦଯାତ୍ରା ପରେ ଛତିଶଗଡ ଯିବେ । ରାହୁଲ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ପାର୍ଟନରସିପରେ ସରକାର ଚାଲିଛି । ସଂସଦରେ ଏଭଳି ଦୃଶ୍ୟ ଦେଖିଥିବା କହିଛନ୍ତି ରାହୁଲ ଗାନ୍ଧି ।ପ୍ରଧାନମନ୍ତ୍ରୀ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି । ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ୩୦ ଜଣ ଉଦ୍ୟୋଗପତି ଆସି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି । ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗ ଅବହେଳିତ ହୋଇ ରହିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ।
Views: 55