The Ultimate Managed Hosting Platform
ADVERTISEMENT

ଆଡଭାନୀଙ୍କୁ ଭାରତ ରତ୍ନ

Facebook
Twitter
LinkedIn

ନୂଆଦିଲ୍ଲୀ : ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ । ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ । ନିଜେ ଟ୍ବିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ଲେଖିଛନ୍ତ ଯେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ମିଳିବାକୁ ଯାଉଛି । ଆଡଭାନୀଙ୍କୁ ଏ ସୁସମ୍ବାଦ ଦେବା ସହ ମୁଁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛି ।
ଆମ ସମୟର ସବୁଠାରୁ ସମ୍ମାନିତ ରାଜନେତାଙ୍କ ମଧ୍ୟରୁ ସେ ଜଣେ । ଭାରତର ବିକାଶରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ । ତୃଣମୂଳ ସ୍ତରରୁ କାମ କରିବା ଠୁ ନେଇ ଉପପ୍ରଧାନମନ୍ତ୍ରୀ ହେବା ପର୍ୟ୍ୟନ୍ତ ଦେଶର ସେବାରେ ତାଙ୍କ ଜୀବନ ବିତିଛି । ଏହା ସର୍ବଦା ଅତୁଳନୀୟ ବୋଲି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login