The Ultimate Managed Hosting Platform
ADVERTISEMENT

ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ୍ 

Facebook
Twitter
LinkedIn

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ଥା, ଆୟରେ ହ୍ରାସ ଓ ବହୁ ସାମଗ୍ରୀର ଦରଦାମ୍ ବୃଦ୍ଧି ଭଳି ଅର୍ଥନୀତିରେ ଅନେକ ଆହ୍ବାନ ରହିଛି। ଏଭଳି ଏକ ସମୟରେ ବଜେଟ୍ ରୁ ଲୋକେ ବହୁତ କିଛି ଆଶା ରଖିଛନ୍ତି।

ବେତନଭୋଗୀମାନେ ଆୟକର ଛାଡ଼ ସୀମା କୋହଳ ହେବା କିମ୍ବା କିଛି ଅତିରିକ୍ତ ସୁବିଧା ମିଳିବ ବୋଲି ଚାହିଁ ରହିଛନ୍ତି। ଅର୍ଥନୀତିରେ ସୁଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଗ୍ରାମୀଣ ବିକାଶ, ରୋଜଗାର, ପାନୀୟ ଜଳ ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ସରକାର ବ୍ୟୟବରାଦ ବଢ଼ାଇବେ ବୋଲି ଆଶା କରାଯାଉଛି। ଏଥର ବଜେଟ୍ ବ୍ୟୟବରାଦ ୧୪% ବୃଦ୍ଧି ପାଇ ୩୯.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି କୁହାଯାଉଛି। ସରକାରୀ ସମ୍ପତ୍ତି ବିକ୍ରି, ପୁଞ୍ଜିପ୍ରତ୍ୟାହାର ଏବଂ ଋଣ ଜରିଆରେ ପାଣ୍ଠି ଯୋଗାଡ଼ କରିବା ଉପରେ ବଜେଟ୍ ରେ ଅଧିକ ଗୁରୁତ୍ବ ଦିଆଯିବାର ସମ୍ଭାବନା ରହିଛି।

ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ବଜେଟ୍ ଜରିଆରେ ସରକାର କିଛି ଜନହିତକର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ବିଶେଷ କରି ଚାଷୀ ବର୍ଗଙ୍କୁ ଖୁସି କରିବା ଲାଗି ଏଥର ବଜେଟ୍ ରେ ସ୍ବତନ୍ତ୍ର ଘୋଷଣା ହେବାର ସମ୍ଭାବନା ରହିଛି।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ADVERTISEMENT
ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login