The Ultimate Managed Hosting Platform
ADVERTISEMENT

ଧାରଣାରୁ ହଟିଲେ ଆଶା ଦିଦି

Facebook
Twitter
LinkedIn

କଟକ : କଟକ ମହାନଗର ନିଗମ ଫୁଲନଖରା ନିକଟସ୍ଥ ବମ୍ଫକୁଦ ଠାରେ ଥିବା ବମ୍ଫକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ୫୬, ୫୭, ୫୮, ୫୯ ନମ୍ବର ୱ।ର୍ଡ଼ରେ କାର୍ଯ୍ୟରତ ଆଶା ଦିଦି ମାନଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ଅର୍ଥ ଏବଂ ପୋଷାକ ଦିଆ ଯାଉ ନଥିବାରୁ ଶୁକ୍ରବାର ଦିନ କାର୍ଯ୍ୟରତ ସମସ୍ତ ଆଶା ଦିଦି ମାନେ କାର୍ଯ୍ୟ ବନ୍ଦକରି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଖବର ପାଇ ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆଶା ଦିଦିଙ୍କ ସମସ୍ୟା ବୁଝିବା ସହିତ , ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର, ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କଥା ବୁଝୁଥିବା ଏନ୍ଞିଓର ମୁଖ୍ୟଙ୍କ ସହ କଥା ହୋଇଥିଲା । ଦଶ ଦିନ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେବାରୁ ଆଶା ଦିଦି ମାନେ ଧାରଣ ପ୍ରତ୍ୟାହାର କରି ନେଇଥିଲେ । କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login