ପଟ୍ଟାମୁଣ୍ଡାଇ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଚାଳକ ମୃତ । ପଟ୍ଟାମୁଣ୍ଡାଇ ଷଣ୍ଢପଲି ଗାଁରେ ଘଟିଛି ଅଘଟଣ । କେନ୍ଦ୍ରାପଡା ବାଲିଆ ଭାଗବତପୁର ଗାଁର ଜୟନ୍ତ କୁମାର ରାଉତ ପଟ୍ଟାମୁଣ୍ଡାଇରେ ରହି ନିଜର ଗାଡି ଚଳାଉଥିଲେ । ଗତକାଲି ରାତିରେ ହଇୱା ଗାଡିରୁ ବାଲି ଢାଳୁଥିବା ସମୟରେ ଉପରେ ଯାଇଥିବା ବିଜୁଳି ତାର ଲାଗିଯିବାରୁ ସେ ବିଜୁଳି ଆଘାତ ପାଇ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Views: 111











