The Ultimate Managed Hosting Platform
ADVERTISEMENT

୩ କୋଟି ମହିଳା ବନିବେ ଲକ୍ଷପତି, ବିକଶିତ ଦେଶ ବନାଇବାର ଗ୍ୟାରେଣ୍ଟି

Facebook
Twitter
LinkedIn

ଏଥର ବଜେଟରେ କାହାକୁ କଣ ମିଳିଛି । କେଉଁ କେଉଁ ମାନଙ୍କ ପାଇଁ ଚଳିତ ଅନ୍ତରୀଣ ବଜେଟ ଫାଇଦା ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆସି ବଜେଟ-୨୦୨୪ ଉପସ୍ଥାପନ କରିଛନ୍ତି । ମଧ୍ୟମ ବର୍ଗଙ୍କୁ ନିଜର ଘର ନିର୍ମାଣ କରିବାକୁ ଏବଂ କିଣିବାକୁ ସାହାଯ୍ୟ କରିବାକୁ ବିଶେଷ ଯୋଜନା ଆରମ୍ଭ ହେବ । ରୁଫଟପ୍ ସୋଲାରାଇଜେସନ୍ ମାଧ୍ୟମରେ ଦେଶର ୧କୋଟିରୁ ଅଧିକ ପରିବାରଙ୍କୁ ମାସିକ ୩୦୦ ୟୁନିଟର ବିଜୁଳି ଶକ୍ତି ମାଗଣାରେ ମିଳିବ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ନିର୍ମାଣ କାମ ଜାରି ରହିଛି ଏବଂ ସରକାର ଏବେଯାଏଁ ୩ କୋଟି ଘର ନିର୍ମାଣ କରିବାର ଲକ୍ଷ୍ୟ ପାଖାପାଖି ପହଞ୍ଚିସାରିଛନ୍ତି । ଆସନ୍ତା ୫ ବର୍ଷରୁ ଆହୁରି ୨ କୋଟି ନୂଆ ଘର ନିର୍ମାଣ ହେବ । ଆସନ୍ତା ୫ ବର୍ଷରେ ଦେଶ ଅଭୂତପୂର୍ବ ବିକାଶ କରିବ ।
ଆଗାମୀ ୫ ବର୍ଷରେ ଦେଶରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ୨୦୨୩ ସ୍ୱାଧୀନତା ଦିବସ ଅବସରରେ ଏହି ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ଯେଉଁଥିରେ ଦେଶର ୨ କୋଟି ମହିଳାଙ୍କୁ ଲକ୍ଷପତି ଦିିଦି ବନାଯିବାକୁ ଘୋଷଣା କରିଥିଲେ । ଆଜି ଅର୍ଥମନ୍ତ୍ରୀ ଏହି ଲକ୍ଷ୍ୟକୁ ୩ କୋଟି କରିଛନ୍ତି ।
ଲକ୍ଷପତି ଦିଦି ଯୋଜନାର ଉଦ୍ଦେଶ୍ୟ ହେଉଛି , ଦାରିଦ୍ର୍ୟ ଦୂରୀକରଣ ଏବଂ ଅର୍ଥନୈତିକ ସଶକ୍ତୀକରଣ । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଯୋଜନା କାର୍ୟ୍ୟକାରୀ କରାଯିବ । ଲକ୍ଷପତି ଦିଦି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
ଡିଫେନ୍ସ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି କି, ଆମ ସରକାର ଡିପ୍-ଟେକ ଟେକ୍ନୋଲୋଜୀ ନେଇ ଆସିବୁ । ଏହା ଦେଶର ଅତ୍ମନିର୍ଭରଶୀଳତା ବୃଦ୍ଧି କରିବ । ଡିପ୍-ଟେକ୍ ଟେକ୍ନୋଲୋଜୀ ଅର୍ଥାତ ବାୟୋଟେକ, କ୍ୱାଣ୍ଟମ୍, କମ୍ପ୍ୟୁଟରିଂ, ଏଆଇ ରୋବଟିକ୍ସ, ଆଡଭାନ୍ସ ମେଟେରିଅଲ, ଗ୍ରୀନ ଏନର୍ଜୀ, ଏରୋସ୍ପେଶ ଭଳି ଉଳି ଉଦ୍ୟୋଗକୁ ସହାୟତା ଯୋଗାଇବ ।
ଇଲେକ୍ଟ୍ରିକ୍ ଗାଡିକୁ ନେଇ ବିକଶିତ ଇକୋ ସିଷ୍ଟମ ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି, ଆମ ସରକାର ଦେଶରେ ମଜବୁତ ଇଲେକ୍ଟ୍ରିକ୍ ଭେଇକିଲ ଇକୋସିଷ୍ଟମ ବିକଶିତ କରିବା ଉପରେ କାମ କରୁଛନ୍ତି । ଆଗାମୀ ଦିନରେ ସରକାର ବିଦ୍ୟୁତ୍ ଚାଳିତ ଯାନର ବିସ୍ତାର ଓ ସୁଦୃଢିକରଣ କରିବେ । ଇଲେକ୍ଟ୍ରିକ ଯାନର ନିର୍ମାଣ ଓ ଚାର୍ଜିଂକୁ ସହାୟତା କରୁଥିବା ଇକୋ ସିଷ୍ଟମ ନିର୍ମାଣ ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି । ସାର୍ବଜନୀନ ପରିବହନ ପାଇଁ ଇଲେକ୍ଟ୍ରିକ୍ ବସକୁ ଅଧିକରୁ ଅଧିକ ଚଳାଇବା ନେଇ ପ୍ରୋତ୍ସାହନ ଦେବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ କିଶାନ ଯୋଜନାର ହିତାଧିକାରୀମାନଙ୍କୁ ଚଳିତ ବଜେଟ୍ ନିରାଶ କରିଛି । ସଂପୃକ୍ତ ଯୋଜନାର ସହାୟତା ରାଶି ବୃଦ୍ଧି ପାଇପାରେ ବୋଲି ହିତାଧିକାରୀମାନେ ଆଶା କରିଥିବା ବେଳେ ତାହା ଫଳବତୀ ହୋଇନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବା ବେଳେ ପିଏମ କିଶାନ ଯୋଜନାକୁ ନେଇ କୌଣସି ଘୋଷଣା କରିନାହାଁନ୍ତି ।
ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି। ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି। ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି। ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍ ପ୍ରତିଷ୍ଠା ହୋଇଛି। ୧୩ଟି ଏମ୍ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login