ଆଠଗଡ : ଡିଭାଇଡରରେ ପିଟି ହୋଇ ଓଲଟିଲା ବସ । ଦୁର୍ଘଟଣାରେ ୨୦ ଆହତ । ଚ÷÷ାଦ୍ୱାର ଥାନା ନୂଆପାଟଣା ରାସ୍ତାରେ ଦୁର୍ଘଟଣା । ଲକ୍ଷ୍ମୀ ନାମକ ବସଟି ଢେଙ୍କାନାଳ ପଟୁ କଟକ ଆସୁଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଆହତଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଆଜି ଭୋରରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଦେବଗଡ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିଲା । ଦୁର୍ଘଟଣାରେ ସମସ୍ତ ଆହତ ଯାତ୍ରୀ ଦେବଗଡ ଜିଲ୍ଲାର । ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ।
Views: 102











