ଭୁବନେଶ୍ୱର: ଆସନ୍ତା ମାସ ୧୬ ତାରିଖରୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେଉଥିବା ବେଳେ ୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ସବୁଥର ଭଳି ଏବର୍ଷ ମଧ୍ୟ କୁମ୍ଭ ମେଳା ଓ ଯାତ୍ରା ସାଙ୍ଗକୁ ମହୋତ୍ସବର ମଜା ନେବେ ଦର୍ଶକ । ଖଣ୍ଡଗିରି ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘କଲ୍ୟାଣ’ର ମିଳିତ ଆନୁକୂଲ୍ୟରେ ମହୋତ୍ସବ ଅନୁଷ୍ଠିତ ହେବ। ଖଣ୍ଡଗିରି-ଉଦୟଗିରି ମହୋତ୍ସବ ୩ ଦିନ ଧରି ଚାଲିବ । ମହୋତ୍ସବ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ଚୁଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଖଣ୍ଡଗିରି ଯାତ୍ରା ମହାସମରରେ ଓଡ଼ିଶାର ୭ଟି ଯାତ୍ରା କମିଟି ମାଧ୍ୟମରେ ଓଡ଼ିଶାର ୧୩ଟି ବଛା ବଛା ଅପେରା ପାର୍ଟି ଅଂଶଗ୍ରହଣ କରିବେ।
Views: 106











