ଭୁବନେଶ୍ବର: ହୋଟେଲରୁ ଯବାନଙ୍କ ମୃତଦେହ ଉଦ୍ଧାର । ରାଜଧାନୀର ଏକ ହୋଟେଲ ଭିତରେ ସିଆରପିଏଫ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ଅଶୋକନଗରରେ ଥିବା ଏକ ହୋଟେଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ୍ୟୁ ଘଟିଥିବା ଯବାନଙ୍କ ଘର ରାଜସ୍ଥାନ ହୋଇଥିବାବେଳେ ତାଙ୍କ ନାଁ ମିର ସିଂହ ବୋଲି ଜଣାପଡ଼ିଛି। ଖବର ପାଇ କ୍ୟାପିଟାଲ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ସାଇଣ୍ଟିଫିକ ଟିମ୍ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନାହିଁ ।
Views: 100











