The Ultimate Managed Hosting Platform
ADVERTISEMENT

ପୁଣି ତେଜିଲେ ଗାଁ ଲୋକେ; ରାସ୍ତା ନାହିଁ ତ ଭୋଟ୍ ନାହିଁ

Facebook
Twitter
LinkedIn

ମାହାଙ୍ଗା: ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ପ୍ରାର୍ଥୀମାନଙ୍କର ପ୍ରାଚାର ଜୋର ଧରିଥିବା ବେଳେ ଗ୍ରାମର ସମସ୍ୟାକୁ ନେଇ ତେଜିଛନ୍ତି ଭୋଟର । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସ୍ଥିତ ମହାଙ୍ଗା ଗ୍ରାମପଞ୍ଚାୟତର ଗୌଡ଼ ପଡ଼ାରୁ । ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ । ଦୀର୍ଘ ୨୫ ବର୍ଷ ହେଲା ଗାଁକୁ ରାସ୍ତା ସମସ୍ୟା ଥିବା ବେଳେ, ଗାଁକୁ ଅମ୍ବୁଲାନ୍ସ ପସିପାରୁନାହିଁ । ଫଳରେ ଦେହ ଖରାପ ହେଲେ ଲୋକେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି ।

ପ୍ରତି ନିର୍ବାଚନରେ ନେତାମାନେ ଆସି ମୁହଁ ଦେଖାଇ ଚାଲି ଯାଉଛନ୍ତି । ଭୋଟ ଭିକ୍ଷା କରିବାକୁ ଆସିଥିବା ବେଳେ ସମସ୍ୟା ସମାଧାନ କରିବାକୁ ପ୍ରତିସୃତି ଦିଅନ୍ତି ହେଲେ ତାହା କେବଳ କଥାରେ ହିଁ ରହିଯାଏ । କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ରାସ୍ତା ନହେଲେ ଭୋଟ ବର୍ଜନ କରିବାକୁ ନିସ୍ପତ୍ତି ନେଇଛନ୍ତି ଗୌଡ଼ପଡ଼ା ଗାଁ ଲୋକେ । ଏମିତିକି ସେହି ଗ୍ରାମର ୧୦ ନମ୍ବାର ୱାର୍ଡ଼ ପକ୍ଷରୁ କେହି ୱାର୍ଡ଼ ମେମ୍ବର ପ୍ରାର୍ଥୀ ମଧ୍ୟ ଠିଆ ହୋଇନାହାନ୍ତି । ତେବେ ଚଳିତ ନିର୍ବାଚନରେ ସେମାନେ କୌଣସି ସହଯୋଗ ମଧ୍ୟ କରିବେ ନାହିଁ ବୋଲି ଗ୍ରାମରେ ବ୍ୟାନର ଲଗାଇ ଅନ୍ଦୋଳନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login