ଜଗତସିଂହପୁର : ଜଗତସିଂହପୁର ସ୍ଥାନୀୟ ସାରଦା ମଣ୍ଡପରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼.ଏଶ୍ୱର୍ୟ୍ୟା ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟରେ ବର୍ତ୍ତମାନ ପାଣ୍ଡିଆନ ଶାସନ ଚାଲିଛି ବୋଲି କହିଥିଲେ । ଆସନ୍ତା ୧୦ ତାରିଖରେ ଆମର ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସୁଛନ୍ତି । ମା ମାନଙ୍କରର ଆର୍ଶୀବାଦ ନେବାକୁ । ଏଥିରେ ଯେପରି ସମସ୍ତେ ଯୋଗଦେବେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପ୍ରଭାରୀ ନଳିନୀ ଶତପଥି ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ ଅନୁସୂଚିତ ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତାରାଇ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସମ୍ପଦ ସ୍ୱାଇଁ, ଉପେନ୍ଦ୍ର ବିଶ୍ୱାଳ, ପ୍ରତାପ ମିଶ୍ର, ରାଜକିଶୋର ବେହେରା, ସଞ୍ଜୟ ମହାନ୍ତିଓ ଅମିତା ଦାସ. ପ୍ରଭୁତି ବକ୍ତବ୍ୟ ରଖିଥିଲେ । ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ମୋନାଲିସା ଦାସ ମଞ୍ଚ ମାରିଚାଳନ କରିଥ୍ୟବା ବେଳେ ଅନ୍ୟ ତମ ସାଧାରଣ ସମ୍ପାଦିକା ରୋଜାଲୀନ ନାୟକ ରାଜନୈତିକ ଚିଠା ଆଗତ କରିଥିଲେ । ଜିଲ୍ଲା ଉପ ସଭାପତି ଉଷାରାଣି ଦାସ ରାଜନେତିକ ଚିଠା କୁ ସମର୍ଥନ କରିଥôବା ବେଳେ ଅନ୍ୟତମ ଜିଲ୍ଲା ଉପସଭାପତି ରେବତୀ ମହାନ୍ତି କିଛି ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟତମ ଜିଲ୍ଲା କମିଟିର କର୍ମକର୍ତ୍ତା ଦୀପ୍ତି ମୟୀ ବସ୍ତିଆ, ମାମାଲି ସାହୁ ଓ ବୀଣାପାଣି ମହାନ୍ତି ପ୍ରଭୁତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ପୌରାଧ୍ୟକ୍ଷା ରାଜେନ୍ଦ୍ର ବିଶୋଇ, ଡ଼ ପ୍ରକାଶ ଦଳାଇ ପ୍ରଭୁତିଙ୍କୁ ମୁଖ୍ୟ ଅତିଥô ସମ୍ମାନିତ କରିଥିଲେ, ଶେଷରେ ସାଧାରଣ ସମ୍ପାଦିକା ରୋଜାଲିନ ଦାସ ଧନ୍ୟବାଦ ଦେଇ ଥିଲେ ।
ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











