କେନ୍ଦୁଝର : କେନ୍ଦୁଝର ସହର ସିଲିସୁଆଁ ନିକଟରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ୭ ମାସ ପୂର୍ବରୁ ସେ ଏଠାକୁ ଆସିଥିବା ବେଳେ ସମୁଦାୟ ୭୧୦ଟି ଦରଖାସ୍ତ ପାଇଥିଲେ । ସେଥିରୁ ୬୫୦ଟି ଦରଖାସ୍ତ ରେ ଥିବା ସମସ୍ୟା ର ସମାଧାନ ହୋଇଛି । ଏଥିପାଇଁ ୭୬୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ସେ କହିଥିଲେ । ମାତାରିଣୀଙ୍କ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି ଟଙ୍କା, ଶ୍ରୀବଳ ଦେବଜୀଉ ମନ୍ଦିର ପାଇଁ ୪ କୋଟି ୮୦ ଲକ୍ଷ , ଗୋନାସିକା ଗୁପ୍ତଗଂଗାର ବ୍ରହ୍ମେଶ୍ଵର ମନ୍ଦିର ପାଇଁ ୩ କୋଟି ୫୦ ଲକ୍ଷ , ସୀତାବିଂଝ ମନ୍ଦିର ପାଇଁ ୨ କୋଟି ୪୦ ଲକ୍ଷ , ଭୀମକୁଣ୍ଡରେ ଝୁଲାପୋଲ ପାଇଁ ୧୯ କୋଟି ଟଙ୍କା, ଗୁଣ୍ଡିଚାଘାଗିର ଉନ୍ନତି ପାଇଁ ୨ କୋଟି ଟଙ୍କା ଏଥିସହିତ, ତେଲକୋଇ ବ୍ଲକରେ ଜଳସେଚନର ସୁବିଧା ପାଇଁ ୪୧ କୋଟି ଟଙ୍କା ମଂଜୁର ହୋଇଥିବା କହିଛନ୍ତି ୫ଟି ଅଧ୍ୟକ୍ଷ । ଏଥିସହିତ, ଆସନ୍ତା ମାସରୁ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା କାର୍ୟ୍ୟକାରୀ ହେବ ବୋଲି ସେ କହିଥିଲେ । ଜିଲ୍ଲାରେ ସମୁଦାୟ ୧୩ ହଜାର ୩୧୦ କୋଟି ଟଙ୍କାର ଉନ୍ନତିମୂଳକ କାର୍ୟ୍ୟ ଚାଲିଥିବା ସେ କହିଛନ୍ତି । ଏବେ ସେ ପାଇଥିବା ଦରଖାସ୍ତର ସମାଧାନ ୧୦ ଦିନ ମଧ୍ୟରେ ହେବ ବୋଲି ସେ ଉପସ୍ଥିତ ଜନତାଙ୍କୁ କହିଥିଲେ ।
କେନ୍ଦୁଝର ଗସ୍ତରେ ୫ଟି ଅଧ୍ୟକ୍ଷ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











