The Ultimate Managed Hosting Platform
ADVERTISEMENT

ନିସିଦ୍ଧାଞ୍ଚଳରେ ମାଛ ଧରିବା ପଡ଼ିଲା ମହଙ୍ଗା; ୪ ଟ୍ରଲର ସହ ୩୨ ଗିରଫ୍‌

Facebook
Twitter
LinkedIn

କୋଣାର୍କ: କଟକଣା ସତ୍ତ୍ୱେ ନିସିଦ୍ଧାଞ୍ଚଳରେ ମାଛ ଧରିବା ପଡ଼ିଲା ମହଙ୍ଗା । ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ଦେବୀ ନଦୀ ମୁହାଣରେ ବେଆଇନ ଭାରବେ ମାଛମାରୁଥିବା ବେଳେ ଚଢ଼ାଉ କରାଯାଇଥିଲା । ଏହି ମାମଲାରେ ବ୍ୟବହୃତ ୪ ଟି ଟ୍ରଲରକୁ ଜବତ କରିବା ସହ ୩୨ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

ସୂଚନାନୁଯାୟୀ,ସମୁଦ୍ର ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଆଗମନ, ଅଣ୍ଡାଦାନ ଓ ପ୍ରଜନନ ପାଇଁ ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣର ୧୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ହେଲେ ଗତକାଲି ବିଳମ୍ବିତ ରାତିରେ ଦେବୀ ନଦୀ ମୁର୍ହାଣ ପାଶ୍ୱର୍ବର୍ତ୍ତି ନିଷିଦ୍ଧାଞ୍ଚଳରେ ମାଛମରାଯାଉଥିବା ନେଇ ବନ ବିଭାଗ ଖବର ପାଇଥିଲା । ତେଣୁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ବନ ବିଭାଗ, ତଟରକ୍ଷୀ ବାଦିନୀ ଓ ସମୁଦ୍ରିକ ମତ୍ସ୍ୟ ବିଭାଗ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲା । ସେଥିରେ ମଧ୍ୟରେ ପାରାଦୀପରୁ ୩ଟି ଓ ବାଲେଶ୍ୱରରୁ ଗୋଟିଏ ଟ୍ରଲର ଜବତ କରାଯାଇଛି । ଏହି ମାମଲାରେ ସାମିଲ ଥିବା ୩୨ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଥିବା ବେଳ ଟ୍ରଲର ଗୁଡ଼ିକର କାଗଜପତ୍ର ଯାଞ୍ଚ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login