ନୂଆଦିଲ୍ଲୀ: ଦିଲ୍ଲୀ କାଲକାଜୀ ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଚାଲୁଥିବାବେଳେ ଭାଙ୍ଗିଲା ମଞ୍ଚ । ମଞ୍ଚ ଭାଙ୍ଗିଯିବା ପରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା ଜ୍ଝ ଭଜନ ସମାରୋହ କାର୍ୟ୍ୟକ୍ରମରେ ପ୍ରାୟ ୧୫ଶହରୁ ୧୬ଶହ ଲୋକ ଏକାଠି ହୋଇଥିଲା । ଏହି କାର୍ୟ୍ୟକ୍ରମ ପାଇଁ କୌଣସି ଅନୁମତି ନିଆଯାଇନଥିଲା । ଭିଭିଆଇପି ଓ ଆୟୋଜକଙ୍କ ପରିବାର ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ମଂଚ ଉପରେ ଅଧିକ ଭିଡ଼ ହୋଇଯିବାରୁ ମଂଚ ଭାଙ୍ଗିପଡ଼ିଥିଲା । ସୂଚନା ପାଇ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି
Views: 88