ବଣାଇ : ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉଦ୍ଧ୍ୱର୍ ଛାତ୍ରୀ ଅସୁସ୍ଥ । ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ବଇଦପାଲି ଆଦିବାସୀ ସେବାଶ୍ରମରେ ୩୦ରୁ ଉଦ୍ଧ୍ୱର୍ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟର ସେବାଶ୍ରମରେ ରହୁଥିବା ଛାତ୍ରୀ ମାନଙ୍କର ମୁଣ୍ଡ ଓ ପେଟ ବଥା ହୋଇଥଲା । ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।
Views: 89











