ଜଗତସିଂହପୁର : ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ଜିଲ୍ଲା ସମଗ୍ର ଶିକ୍ଷା ଜଗତସିଂହପୁର ଜିଲ୍ଲା ଚାଇଲ୍ଡ ଲାଇନ୍ ପ୍ରୋଟେକ୍ସଂନ ତରଫରୁ ଜଗତସିଂହପୁର ବାଳିକା ବିଦ୍ୟାଳୟରେ ପାଳିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିହିର କୁମାର ପାଲଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ସିଶୁମଙ୍ଗଲ ଅଧିକାରୀ ଶକୁନ୍ତଳା ଚୌଧୁରୀ ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତଙ୍କ ସହିତ ଅତିରିକ୍ତ ଶିକ୍ଷା ଅଧିକାରିଣୀ ରାଜଶ୍ରୀ ସାହୁ ଓ ଅନ୍ୟ ଅଧିକାରୀ ମାନେ ନିଜର ଅଭିଭାଷଣ ମାଧ୍ୟମରେ ନାରୀ ମାନେ କିଭଳି ବର୍ତ୍ତମାନ ସମୟରେ ଅବେହଳିତ ନୁହନ୍ତି ନାରୀ । ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରୁପାରୁଛନ୍ତି । ସେ ସମ୍ବଦ୍ଧରେ କହିବା ସହ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକରେ ଭୃଣ ନିରୁପଣ କଲେ ଏହା ଆଇନି ଗତ ଅପରାଧ । ଯେଉଁ କ୍ଲିନିକ ମାନଙ୍କରେ ଭୃଣ ନିରୂପଣ କରାଯାଉଥିଲା ତେବେ ଜିଲ୍ଲାପାଳ ନଚେତ ପରିବାର କଲ୍ୟାଣ ଓଡିଶାକୁ ଜଣାଇ ବାକୁ ସୂଚନା ଦିଅନ୍ତୁ ବୋଲି କହିଥିଲେ । ଅନ୍ୟ ଅତିଥି ମାନେ ମଧ୍ୟ ନିଜେ ନିଜର ଅଭିଭାଷଣ ମାଧ୍ୟମରେ କନ୍ୟା ସନ୍ତାନ ପ୍ରତି ହଜାର ପୁଅଙ୍କ ତୁଳନାରେ ହ୍ରାସ ନପାଇବ ଏବଂ ପ୍ରତିଟି କ୍ଷେତ୍ରର ନାରୀ ମାନେ ନିଜେ ଗୁରୁତ୍ୱ ପୁର୍ଣ କ୍ଷେତ୍ରରେ ରହିଛନ୍ତି, ସେ ସମ୍ପର୍କ ରେ ସୂଚନା ଦିଆଯାଇଥିଲା । ବିଦ୍ୟାଳୟର ପିଲାମାନଙ୍କ ଦ୍ଵାରା ଏକ ସଚେତନତା ସାଇକେଲ ରାଲି ବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରି ସଚେତନତା କରିଥିଲେ । ପରେ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ନାରୀ ସୁରକ୍ଷା ସମ୍ପର୍କ ଓ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ଶେଷରେ ଜିଲ୍ଲା ସଂଯୋଜକ ବାଲ୍ୟବିବାହ ନିଶୋଧ ଅଧିକାରୀ ତପନ କୁମାର ଗୋଛାୟତ ଧନ୍ୟବଦର୍ପଣ କରିଥିଲେ ।
ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ “ବେଟି ବଚାଓ ବେଟି ପଢ଼ାଓ” ପାଳିତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...