କେନ୍ଦୁଝର : ଜାମତରା ଗ୍ୟାଙ୍ଗର ୪ଜଣଙ୍କୁ ଧରିଲା ପୋଲିସ । ଧରାପଡିଥିବା ୪ ଅଭିଯୁକ୍ତ ଘସିପୁରା ଅଞ୍ଚଳର ହୋଇଥିବା ସୂଚନା । ଓଡ଼ିଶାରେ ସକ୍ରିୟ ଥିଲେ ଜମତାରା ଗ୍ୟାଙ୍ଗ । ଜମତାରା ଗ୍ୟାଙ୍ଗର ସଦସ୍ୟ ଓଡ଼ିଶାର୪ ଜଣଙ୍କୁ ନେଟୱର୍କରେ ରଖିଥିଲେ । ଗୋଟିଏ ସିମ୍ ପିଛା ଦେଉଥିଲେ ୪ ହାଜର ଟଙ୍କା । ବର୍ଷକରେ ୪ ହଜାରରୁ ଅଧିକ ସିମ୍ ଓଡ଼ିଶାରୁ ଆକ୍ଟିଭ୍ ହୋଇଛି । ନୀରିହ ଗରିବ ଲୋକଙ୍କୁ ଆଇଡି ନେଇ ଏମାନେ ସିମ୍ କିଣୁଥିଲେ । ଆକ୍ଟିଭେଟେଟ୍ ସିମକୁ ଝାଡଖଣ୍ଡ ପଠାଇ କ୍ରାଇମ୍ କରୁଥିଲେ । ମହାରାଷ୍ଟ୍ରରୁ ଅଭିଯୋଗ ଆସିବା ପରେ କେନ୍ଦୁଝର ପୋଲିସ ତନାଘନା ଆରମ୍ଭ କରିଥିଲା । ଗିରଫ ଅଭିଯୁକ୍ତଙ୍କଠାରୁ ୪ ଶହରୁ ୫ ଶହ ସିମ୍ ଜବତ କରାଯାଇଛି । ବିଶେଷ କରି ଜିଓ ଏବଂ ଏୟାରଟେଲ୍ ନମ୍ବରରୁ ଠକେଇ କରୁଥିବା ଜଣାପଡ଼ିଛି ।
Views: 101











