The Ultimate Managed Hosting Platform
ADVERTISEMENT

ମ୍ୟାରି କମଙ୍କ ଅବସର

Facebook
Twitter
LinkedIn

ନୂଆଦିଲ୍ଲୀ : ବକ୍ସିଂରୁ ଅବସର ନେଲେ ୬ ଥରର ବିଶ୍ୱ ବିଜେତା ମ୍ୟାରି । ଆଇବିଏ ବୟସ କଟକଣା ପାଇଁ ଅବସର ଘୋଷଣା କଲେ । ୪୦ ଟପିଲେ ସ୍ତରୀୟ ପ୍ରତିଯୋଗିତା ବାରଣ ପାଇଁ ସନ୍ୟାସ । ଏନେଇ ନିଜେ ମେରୀକମ୍ ସ୍ପଷ୍ଟ କରିଛନ୍ତି । ଅବସର ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଖଣ୍ଡନ କରିଛନ୍ତି । ଖବରରେ କୌଣସି ସତ୍ୟତା ନାହିଁ । ଯେବେ ଅବସର ନେବେ ଗଣମାଧ୍ୟମ ସାମ୍ନାକୁ ଆସି ସେ ନିଜେ ଘୋଷଣା କରିବେ ବୋଲି କହିଛନ୍ତି । ଖେଳରେ ଏବେ ବି ସଫଳତା ପାଇବାର ଇଚ୍ଛା ରହିଛି, ହେଲେ ଅଲିମ୍ପିକ୍ସର ବୟସ ସୀମା ଆଗକୁ ଯିବାକୁ ସୁଯୋଗ ଦେଉନାହିଁ ବୋଲି କହିଛନ୍ତି ମେରୀକମ୍ ।ବର୍ତମାନ ସେ ଫିଟନେସ୍ ଉପରେ ଗୁରୁତ୍ୱ ଦେଉଛନ୍ତି, ଅବସର ନେଲେ ଅବଗତ କରାଇବେ ବୋଲି ମେରୀକମ୍ କହିଛନ୍ତି । ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ୫୧ କେଜି ବର୍ଗରେ କାଂସ୍ୟ ପଦକ ଜିତି ମହିଳା ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ବକ୍ସର ହେଉଛନ୍ତି ମେରୀକମ୍ । ଅଲିମ୍ପିକ୍ସରେ ପଦକ ଜିତିବା ପୂର୍ବରୁ ସେ ୫ ଥର ବିଶ୍ୱ ବିଜେତା ହୋଇସାରିଥିଲେ । ୬ ଥରର ବିଶ୍ୱ ବିଜେତା ମେରୀ କମ୍ ଶେଷ ଥର ପାଇଁ ୨୦୨୧ରେ ସର୍ବୋଚ୍ଚ ସ୍ତରରେ ପଦକ ଜିତିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login