The Ultimate Managed Hosting Platform
ADVERTISEMENT

ଜାନୁଆରୀ ୨୬ରୁ ଆଦିବାସୀ ମେଳା

Facebook
Twitter
LinkedIn

ଭୁବନେଶ୍ୱର : ଜାନୁଆରୀ ୨୬ରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆରେ ଜାନୁଆର ୨୬ରୁ ଫେବୃଆରୀ ୫ ଯାଏଁ ଏହି ମେଳା ଚାଲିବ। ସ୍ମାର୍ଟସିଟି ଭୁବନେଶ୍ବରରୁ ମିଳିବ ଗାଁ ମାଟିର ବାସ୍ନା । ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ବୁଲିବା ସହ ରାଜଧାନୀବାସୀ ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଖାଇବା ସହ ବିଭିନ୍ନ ସାମଗ୍ରୀ କିଣିପାରିବେ। ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ୟ୍ୟାୟରେ । ଗୋଟିଏ ସ୍ଥାନରେ ଜମିବ ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ରହିବ । ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଏହି ମେଳା ଆୟୋଜିତ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login