The Ultimate Managed Hosting Platform
ADVERTISEMENT

ପୋଷ୍ଟରରୁ ବିଜୁ ଆଉଟ୍, ପାଣ୍ଡିଆନ ଇନ; ଆଉ କିଛି ଦିନ ପରେ ନବୀନଙ୍କ ଫଟୋ ବି ହଟିଯିବ: ଅଜୟ କୁମାର

Facebook
Twitter
LinkedIn

ଭୁବନେଶ୍ୱର : ନିର୍ବାଚନ ପାଖେଇବା ସହ କଂଗ୍ରେସ ଶିବିର ଚଳଚଂଚଳ ହୋଇ ଉଠିଛି । ବିଶେଷ କରି ଅଜୟ କୁମାର ପ୍ରଭାରୀ ହେବା ପରଠୁ ଓଡିଶା କଂଗ୍ରେସ ବିଜୁ ଜନତା ଦଳ ସରକାର ପ୍ରତି କଠୋର ଆଭିମୁଖ୍ୟ ଆପଣେଇଛି । ପ୍ରଭାରୀ ଅଜୟ କୁମାର ବିଜେଡି ଟାର୍ଗେଟ୍ କରିବାରେ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି । ଏବେ ସେ ସିଧାସଳଖ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ।ପୋଷ୍ଟରକୁ ନେଇ ସେ ବିଜେଡିକୁ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି । ଅଜୟ କୁମାର କହିଛନ୍ତି, ବିଜେଡି ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କୁ ବାଦ୍ ଦିଆଯିବା ଦେଖାଗଲାଣି । ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗୁଥିବା ଦେଖିବାକୁ ମିଳୁଛି । ଆଉ କିଛି ଦିନ ପରେ ନବୀନଙ୍କ ଫଟୋ କାଢି ପାଣ୍ଡିଆନଙ୍କ ଫଟୋ ରହିବ । ବିପକ୍ଷ ଦଳ ହୋଇଥିଲେ ମଧ୍ୟ ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ବିଜଙ୍କ ଫଟୋ ବାଦ୍ ଦିଆଯିବା ଓଡିଆ ଅସ୍ମିତା ପ୍ରତି କୁଠାରଘାତ । ବିଜେଡି ପୋଷ୍ଟରରୁ ବିଜୁ ହଟିବା ଓଡିଆ ଅସ୍ମିତା ଓ ଓଡିଆଙ୍କ ପ୍ରତି ଆଘାତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login