କେନ୍ଦୁଝର : ସିରିଜ ଦୁର୍ଘଟଣାରେ ଜଣେ ମୃତ , ଜଣେ ଗୁରୁତର। ବଡବିଲ ଥାନା କାଶିଆ ଛକ ଏନଏଚ ୫୨୦ରେ ସିରିଜ ଦୁର୍ଘଟଣା। ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଧକ୍କା ଦେଲା ହାଇୱା। ଗୋଟିଏ ହାଇୱା ଓ ୩ଟି ଟ୍ରେଲର ମଧ୍ୟରେ ଦୁର୍ଘଟଣା।
ମିଳିଥିବା ସୂଚନା ଅନୁସାରେ ଆଜି ୯ ଘଟିକା ସମୟରେ ରୁଗୁଡି ପଟୁ ଓଡି୦୯ପି ୩୧୪୮ ନମ୍ବର ଥିବା ଏକ ହାଇୱା ଟ୍ରକ୍ ଖଣିଜ ଵୋଝେଇକରି ଭଦ୍ରାସାହି ଆଡ଼କୁ ଦ୍ରୁତଗତିରେ ଆସୁଥିଲା। ଏହି ସମୟରେ ଟଣ୍ଟ ନିକଟରେ ଉକ୍ତ ଦ୍ରୁତଗାମୀ ହାଇୱାର ସମ୍ମୁଖରେ ଥିବା ଡାହାଣ ପାଖର ଚକଟି ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ହାଇୱାଟି, ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଏକ ଲାଇନରେ ପାର୍କିଂ କରିଥିବା ୩ ଟି ଟ୍ରଲର ମଧ୍ୟରୁ ମଝିରେ ପାର୍କିଂ କରିଥିବା ଟ୍ରଲରକୁ ଜୋରରେ ଧକ୍କା ଦେଇଥିଲା। ହାଇୱା ଧକ୍କାରେ ଟ୍ରଲରଟି ଗତିଶୀଳ ଅବସ୍ଥାକୁ ଆସିବା ସହ ସମ୍ମୁଖରେ ଥିବା ଅନ୍ୟ ଟ୍ରଲରକୁ ଧକ୍କା ଦେଇଥିଲା ଓ ଟ୍ରଲରଟି ଓଲଟି ପଡ଼ିଥିଲା। ପ୍ରଥମେ ଧକ୍କା ଦେଇଥିବା ଟ୍ରଲରର ଚାଳକ ଶୋଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହାଇୱା ଗାଡ଼ିଟି ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେବାପରେ ହାଇୱାର ଦିଗ ପରିବର୍ତ୍ତନ ହୋଇଯାଇଥିଲା ଓ ହାଇୱାଟି ତୃତୀୟ ଟ୍ରାଲରକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଶେଷ ସମୟ ପର୍ୟ୍ୟନ୍ତ ହାଇୱାର ବେଗ ଏତେ ଅଧିକ ଥିଲା ଯେ ହାଇୱାଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚାପିହୋଇଯାଇଥିଲା ଓ ତା ଭିତରେ ଚାଳକ ଚାପିହୋଇ ଗୁରୁତର ହୋଇ ଫସି ରହିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ବିଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।
ସିରିଜ ଦୁର୍ଘଟଣା , ୧ ମୃତ ଓ ୧ ଗୁରୁତର
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







