ସମ୍ବଲପୁର : ମା’ ମୋ ବିବାହ କରେଇ ଦେ। ମୁଁ ଯାହାକୁ ମୋ ମନ ଦେଇଛି ମୋ ମନର ମଣିଷକୁ ମୋ ଜୀବନସାଥୀ କରାଇ ଦିଅ। ମୋ ପ୍ରେମକୁ ସଫଳ କରିଦିଅ ମା। ମୋ ବାପା ମା ଏବଂ ତାଙ୍କ ବାପା ମା ଯେପରି ରାଜି ହେଇ ଯାଆନ୍ତୁ।
ଏସବୁ କଥା ଶୁଣି କଣ ଭାବୁଛନ୍ତି। ଏହା କୈାଣସି ଫିଲ୍ମର ଡାଏଲୋଗ ନୁହେଁ। ଏ ହେଉଛି ଗୋଟେ ପ୍ରେମିକାର ମା ସମଲେଶ୍ୱରୀଙ୍କୁ ଗୁହାରି। ଓଡିଶାର ପ୍ରମୁଖ ପୀଠ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଜଣେ ଭକ୍ତର ଏଭଳି ଚିଠିରେ ଆକୁଳ ଆବେଦନ ଘଟଣା ସାମ୍ନାକୁ ଆସିଛି।
ମା ସମଲେଶ୍ୱରୀଙ୍କ ହୁଣ୍ଡିରେ ଭକ୍ତମାନେ ଦାନ କରିଥିବା ଟଙ୍କା ଗଣତି ସମୟରେ ସେଥିରୁ ବାହାରିଥିଲା ଏକ ପତ୍ର। ଯେଉଁ ପତ୍ରଟିରେ ନିଜ ପ୍ରେମକୁ ସଫଳ କରାଇ ଦେବା ପାଇଁ ମାଙ୍କୁ ପତ୍ର ଲେଖିଥିଲେ ଜଣେ ଯୁବତୀ। ତେବେ ଯୁବତୀଙ୍କ ନାଁ ହେଉଛି ବର୍ଷା। ସେ ତାଙ୍କ ପ୍ରେମିକ କାହ୍ନାଙ୍କ ପାଇଁ ଏହି ପତ୍ରଟି ଲେଖିଛନ୍ତି। ସେ ଲେଖିଛନ୍ତି ଯେ କାହ୍ନାଙ୍କ ସହ ତାଙ୍କର ବାହାଘର ହେଇଯାଉ। ଉଭୟ ଏକା ସାଙ୍ଗରେ ବିବାହ ପରେ ମାଙ୍କ ଦର୍ଶନ ପାଇଁ ଏକାଠି ଆସିବେ। ଏହା ସହ ସେ କାହ୍ନାକୁ କେତେ ଭଲ ପାଆନ୍ତି ତାହା ବି ଉଲ୍ଲେଖ କରିଛନ୍ତି।
ମା ସମଲେଶ୍ୱରୀଙ୍କ ପାଖକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟେ। ଖାଲି ସ୍ଥାନୀୟ ଅଞ୍ଚଳ ନୁହେଁ , ବହୁ ଦୂରାନ୍ତରରୁ ଅନେକ ଭକ୍ତ ଆସିଥାନ୍ତି। ଭକ୍ତ ମାନେ ନିଜ ନିଜ ଢଙ୍ଗରେ ମାକୁ ଦୁଃଖ ଜଣାଇଥାନ୍ତି। କିନ୍ତୁ ମାଙ୍କ ନିକଟରେ ନିଜ ଅନ୍ତରର ବ୍ୟଥା ଓ ବେଦନା ଉଲ୍ଲେଖ ଥିବା ଚିଠି ପଠାଇବା ଏକ ନିଆରା ଭାବଧାରା ନିଶ୍ଚୟ। ମନ୍ଦିର ବେଢାରେ ରହିଥିବା ହୁଣ୍ଡି ଭଇତରୁ ମିଳିଥିବା ଚିଠିରେ ପ୍ରେମିକାର ବିକଳ ନିବେଦନ ବେଶ ବାରି ହୋଇ ପଡୁଛି। ମା ଭକ୍ତର ଡାକ ଶୁଣନ୍ତି। ତେବେ ମାଙ୍କ ପାଖରେ ରହିଛି ଯୁବତୀଙ୍କ ଅଗାଢ ବିଶ୍ୱାସ। ମା ମନସ୍କାମନା ପୂରଣ କରିବେ ବୋଲି ଆଶି ରହିଛି। ଚିଠି ଲେଖିଥିବା ଯୁବତୀଙ୍କ ଦୁଃଖ ନିଶ୍ଚୟ ଶୁଣିବେ ବୋଲି ସମସ୍ତଙ୍କ ଚ୍ୱିଶ୍ୱାସ।
ମା ସମଲେଶ୍ୱରୀଙ୍କୁ ଚିଠି ମାଧ୍ୟମରେ ନିବେଦନ , ‘ବିବାହ କରେଇ ଦିଅ’
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











