ସୁବର୍ଣ୍ଣପୁର : ଓଲଟିଲା ଗୋ ଚାଲାଣ କଣ୍ଟେନର। କଣ୍ଟେନର ତଳେ ଚାପି ହୋଇ ୨୦ ଗୋରୁ ମୃତ ଅନେକ ଆହତ। ପଶ୍ଚିମବଙ୍ଗ ନମ୍ବର ଥିବା କଣ୍ଟେନରରେ ଶତାଧିକ ଗୋରୁ ବୋଝେଇ ହୋଇ ଚାଲାଣ ହେଉଥିଲା। ଭାରସାମ୍ୟ ହରାଇ ବିଶିମୁଣ୍ଡା ଛକରେ ଓଲଟି ପଡିଥିଲା କଣ୍ଟେନର। ବୁର୍ଡ-ସୋନପୁର ରାସ୍ତାର ବିଶିମୁଣ୍ଡା ଛକରେ ଘଟିଛି ଦୁର୍ଘଟଣା। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚିଛି।
Views: 77











