ଅଯୋଧ୍ୟା : ଉତ୍ସବ ମୁଖର ଅଯୋଧ୍ୟା। ଆଜି ବିରାଜିବେ ରାମଲାଲା। ଭବ୍ୟ ବିଗ୍ରହର ହେବ ପ୍ରାଣ ପ୍ରତିଷ୍ଠା। ୧୨ଟା୧୫ରୁ ୧୨ଟା ୪୫ ଯାଏଁ ୩୦ ମିନିଟ ର ମାହେନ୍ଦ୍ର ବେଳା। ମାତ୍ର ୮୪ ସେକେଣ୍ଡର ଅବିହିତ ମୂହୁର୍ତ୍ତରେ ହେବ ପ୍ରାଣପ୍ରତିଷ୍ଠା । ମୁଖ୍ୟ ଯଜମାନ ଦାୟିତ୍ୱ ତୁଲାଇବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ। ଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି । ରାମମୟ ହୋଇପଡିଛି ପୁରା ଅଯୋଧ୍ୟା । ୨ହଜାର କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା ସହର । ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ, ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସରଜୁ ନଦୀରୁ ପାଣି ଅଣାଯାଇ ଭବ୍ୟ ମନ୍ଦିରକୁ ଶୁଦ୍ଧ କରାଯିବ । ରାମଲଲାଙ୍କ ଲାଗି ୫୬ ଭୋଗ ଲଗାଯିବ । ଏହାପୂର୍ବରୁ ଗତକାଲି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯାଇଥିଲା ।
Views: 88











