ଭୁବନେଶ୍ୱର : ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଅଟୋ,ସ୍କୁଟିକୁ ପିଟିଲା କାର। ଭୁବନେଶ୍ୱର ଖଣ୍ଡଗିରି ନିକଟ ନାକାଗେଟରେ ଘଟିଛି ଦୁର୍ଘଟଣା। ପ୍ରଥମେ କାରଟି ପୋଲକୁ ପିଟିବା ପରେ ଅଟୋ ଏବଂ ସ୍କୁଟିକୁ ଧକ୍କା ଦେଇଥିଲା। ଏହା ପରେ ଅଟୋଟି ଭାରସାମ୍ୟ ହରାଇ କେନାଲରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୭ଜଣରୁ ଅଧିକ ଆହତ ହୋଇଛନ୍ତି।ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନିଶାସକ୍ତ ଅବସ୍ଥାରେ କାର ଚାଳକ ଏଭଳି ଦୁର୍ଘଟଣା ଘଟାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।
Views: 104











