ସମ୍ବଲପୁର: ଆସନ୍ତା ୨୭ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୨ଟା ୩୦ରେ ରୂପାନ୍ତରିତ ପ୍ରକଳ୍ପର ଲୋକାର୍ପଣ ହେବ । ଭବ୍ୟ କାର୍ୟ୍ୟକ୍ରମ ପାଇଁ ଓଡ଼ିଶାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି। ଆସନ୍ତାକାଲି ଅଙ୍କୁରାରୋପଣ, ୨୪ରେ କଳସଯାତ୍ରା ହେବ। କଳସ ଯାତ୍ରାରେ ମହାନଦୀରୁ ପୂର୍ଣ୍ଣ କଳସ ଧରି ମାଆଙ୍କ ପୀଠରେ ଅଧିବାସ ହେବ। ମନ୍ଦିର ରୂପାନ୍ତରଣର ଉଦଘାଟନ ପାଇଁ ମନ୍ଦିରର ମୂଳ ଯଜ୍ଞସ୍ଥଳରେ ୨୭ରୁ ଯଜ୍ଞ ଆରମ୍ଭ ହେବ। ମନ୍ଦିରର ୪ଦ୍ୱାରରେ ମଧ୍ୟ ଯଜ୍ଞ ହେବ। ହୋମ, ଚଣ୍ଡୀପାଠ ସହ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ୩୧ରେ ଯଜ୍ଞ ପୂର୍ଣ୍ଣାହୁତି ଦିଆଯିବ। ୨୭ ତାରିଖ ସଂଧ୍ୟାରେ ମହାନଦୀରେ ହେବ ଭବ୍ୟ ଆଳତି। ଏସଂପର୍କରେ ସୂଚନା ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ।
Views: 88











