ଭୁବନେଶ୍ୱର : ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଲୋକଙ୍କୁ ମିଛ କହି, କେନ୍ଦ୍ର ଅବହେଳାର ସୁଆଙ୍ଗ ରଚି ଭୋଟ ମାଗି ଆସୁଥିଲା । ମୋଦି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଦେବା ସହିତ ସମସ୍ତ ପ୍ରସଙ୍ଗରେ ହାତଖୋଲି ସହାୟତା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅନୁରୋଧ କରିବା ଓ ପିୟୁଷ ଗୋଏଲ ମହୋଦୟ ଏହାକୁ ମଞ୍ଜୁର କରିବା ଓଡ଼ିଶା ପାଇଁ ଏକ ଖୁସୀ ଖବର । କିନ୍ତୁ ବିଜୁ ଜନତା ଦଳ ବୋଧହୁଏ ଏହି ମଞ୍ଜୁରୀ ନିଷ୍ପତି ପରେ ଦୁଃଖି ହୋଇଯାଇଛି କାରଣ ସେମାନଙ୍କ ହାତରୁ ଏକ ରାଜନୈତିକ ପ୍ରସଙ୍ଗ ହାତଛଡା ହୋଇଯାଇଛି । ଏପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ବଦଳରେ ସମାଲୋଚନା କରି ବିଜୁ ଜନତା ଦଳ ନିଜର ଓଡ଼ିଶା ବିରୋଧୀ ମାନସିକତାକୁ ପ୍ରତିପାଦିତ କରିଛି । ବିଜୁ ଜନତା ଦଳ କିଛି ନକରି ଆଗରୁ କେବଳ ଚାଉଳ କାହିଁକି ଉଠୁନାହିଁ ବୋଲି ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା । କେନ୍ଦ୍ର ସରକାର ଓଡ଼ିଶାରୁ ଉଷୁନା ଚାଉଳ ଉଠାଇବା ନେଇ ତ୍ୱରିତ ନିଷ୍ପତି ନେଲା ପରେ ବିଜୁ ଜନତା ଦଳ ହତୋତ୍ସାହିତ ହୋଇ ବାଚଳାମି କରୁଛି । ବିଜୁ ଜନତା ଦଳର ବକ୍ତବ୍ୟରୁ ବୁଝାପଡୁଛି ଯେ, ସେମାନଙ୍କ ପାଇଁ ରାଜନୀତି ଆଗ ଓ ଓଡ଼ିଆ ଚାଷୀଙ୍କ ସ୍ୱାର୍ଥ ପଛ ବୋଲି ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।
କେନ୍ଦ୍ର ସରକାର ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବା ନିଷ୍ପତି ନେବା ପରେ ବିଜେଡି ହତୋତ୍ସାହିତ : ରବି ନାଏକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











