ବାଲେଶ୍ୱର : ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ଖବରା ଥାନା ନନ୍ଦୁରୁ ଗ୍ରାମରେ ଅନ୍ନପୂର୍ଣ୍ଣା ରାଉତ ଆସି ଭୋର ସମୟରେ ନିଜ ବାଡିରେ ଫୁଲ ତୋଳିବାକୁ ଯାଇଥିଲେ। ଅସାବଧାନତାରେ ଫୁଲ ଗଛ ଉପରେ ପଡିଥିବା ବିଦ୍ୟୁତ ତାରକୁ ଧରି ପକାଇଥିଲେ। ପରିବାର ଲୋକେ ଜାଣିବା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଖବରା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଅନ୍ନପୂର୍ଣ୍ଣାଙ୍କୁ ମୃତ ଘୋଷଣା କରିଥିଲେ।
Views: 81











