କୋଲକତା : ଜାନୁୟାରୀ ୨୨ରେ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସେହି ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଏକ ‘ସଦଭାବ ରାଲି’ କରିବେ। ତାଙ୍କ ଗସ୍ତ ସମୟରେ ସେ ମସଜିଦ, ମନ୍ଦିର, ଚର୍ଚ୍ଚ ଏବଂ ଗୁରୁଦ୍ୱାର ପରିଦର୍ଶନ କରିବେ। ଏହି ରାଲି ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ଜାନୁୟାରୀ ୨୨ ରେ ଏକ ରାଲି କରିବି, କାଳିଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦକ୍ଷିଣ କୋଲକାତାର ହାଜରା ଛକରୁ ଏହି ରାଲିର ଆରମ୍ଭ ହେବ। ରାଜ୍ୟ ସଚିବାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି, “ଜାନୁଆରୀ ୨୨ରେ ମୁଁ କାଳିଘାଟ ମନ୍ଦିରକୁ ଯାଇ ପୂଜା କରିବି। ତା’ପରେ ମୁଁ ସମସ୍ତ ଧର୍ମର ଲୋକଙ୍କ ସହ ଏକ ସଦଭାବନା ରାଲିରେ ଭାଗ ନେବି। ଅନ୍ୟ କୌଣସି କାର୍ୟ୍ୟକ୍ରମ ସହିତ ଏହାର କୌଣସି ସମ୍ପର୍କ ନାହିଁ। ” ଟିଏମସି ଦ୍ୱାରା ଆୟୋଜିତ ଏହି ରାଲି ମସଜିଦ, ଚର୍ଚ୍ଚ ଏବଂ ଗୁରୁଦ୍ୱାର ସହ ବିଭିନ୍ନ ଧର୍ମର ଉପାସନା ସ୍ଥଳୀ ଦେଇ ଯିବ ଓ ପାର୍କ ସର୍କସ ଗ୍ରାଉଣ୍ଡରେ ଶେଷ ହେବ ବୋଲି ସେ କହିଛନ୍ତି।
ଜାନୁଆରୀ ୨୨ରେ ‘ସଦଭାବନା ରାଲି’ କରିବେ ମମତା, କାଳିଘାଟରେ କରିବେ ପୂଜାର୍ଚ୍ଚନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











