ଭୁବନେଶ୍ୱର : ଉପକୂଳବର୍ତ୍ତୀ ଏକ ଜିଲ୍ଲାର ଜଣେ ଯୁବ ବିଧାୟକଙ୍କ ସହ ଜଣେ ତରୁଣୀଙ୍କ ଅନ୍ତରଙ୍ଗ ଫଟୋ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଏହି ଫଟୋ ୨ଟି କୁ ଗୁରୁବାର ରାତିରେ ପୋଷ୍ଟ କରିଛନ୍ତି ନିଜେ ସଂପୃକ୍ତ ଥିବା ତରୁଣୀ । ଏହି ଭାଇରାଲ୍ ପୋଷ୍ଟକୁ ଦେଖିଲେ ଉଭୟଙ୍କ ଭିତରେ ବେଶ୍ ନିବିଡ଼ତା ଥିବା ବାରି ହୋଇପଡ଼ୁଛି। ଏହି ଦୁଇଟି ଫଟୋ ପୋଷ୍ଟ୍ ଦୁଇ ପୃଥକ ପୃଥକ ଜାଗାରେ ଉତ୍ତୋଳିତ ହୋଇଥିବା ଅନ୍ଦାଜ କରାଯାଉଛି ହେଲେ ଏଯାଏ ସଂପୃକ୍ତ ବିଧାୟକଙ୍କ ଆଡ଼ୁ ଏ ବାବଦରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବାରୁ ପୂରା ଘଟଣାଟି ଏବେ କୁହେଳିକା ମଧ୍ୟରେ ରହିଛି । ମାତ୍ର ଏହା ପୂର୍ବରୁ ମଧ୍ୟ ଏହି ଯୁବତୀଙ୍କ ସହ ସଂପୃକ୍ତ ବିଧାୟକଙ୍କ ଯୁଗଳବନ୍ଦୀ ଫଟୋ ରାଜ୍ୟରେ ବେଶ୍ ଚର୍ଚ୍ଚା ଧରିଥିଲା । ଏବେ ପୁଣି ଫଟୋ ଭାଇରାଲ୍ ହେବା ପରେ ଏହି ଘଟଣା ଅଧିକ ଘନୀଭୂତ ହୋଇ ଏବେ ବିବାଦର ରୂପ ନେବାକୁ ଯାଉଛି । କାରଣ ସଂପୃକ୍ତ ବିଧାୟକ ହଠାତ୍ ଭାବେ ନିଜ ପ୍ରେମିକା (ତରୁଣୀ)ଙ୍କ ହାତ ଛାଡ଼ି ଦେଇଥିବା ଚାରିଆଡେ ଗୁଞ୍ଜରଣ ଖେଳିଛି । ହଠାତ୍ ଏପରି ଭାବେ ବ୍ରେକ୍ଅପ୍ର କାରଣ ନିଜେ ବି ଜାଣିପାରୁନାହାଁନ୍ତି ଯୁବତୀ । ଯାହାଦ୍ୱାରା କିଛି ଉପାୟ ନ ପାଇ ଶେଷରେ ସେ ନିଜ ସୋସିଆଲ ମିଡିଆରେ ଦୁହିଁଙ୍କ ଯୁଗଳବନ୍ଦୀ ଫଟୋ ଛାଡ଼ି ବିଧାୟକଙ୍କୁ ଏକପ୍ରକାର ଝଟ୍କା ଦେବାକୁ ସ୍ଥିର କରି ନେଇଥିବା ଅନୁମାନ କରାଯାଉଛି । ପଞ୍ଚାୟତ ନିର୍ବାଚନ ସମୟରେ ଏଭଳି ଫଟୋ ବାହାରେ ଘୂରି ବୁଲିବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଛି ।
ଉପକୂଳବର୍ତ୍ତୀ ଜିଲ୍ଲାର ଯୁବ ବିଧାୟକଙ୍କ ସହ ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ଚର୍ଚ୍ଚାରେ ବିଧାୟକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











