The Ultimate Managed Hosting Platform
ADVERTISEMENT

ବିଡ଼ିଓଙ୍କ ବଦଳି ନହେଲେ ସମୁହ ଇସ୍ତଫା

Facebook
Twitter
LinkedIn

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାଲିଆପାଳ ବିଡିଓଙ୍କ ବଦଳି ଦାବିରେ ତେଜିଲା ଜନ ଆନ୍ଦୋଳନ। ବିଡିଓ ବିନୋଦ ପଣ୍ଡା ପିଆରଆଇ ମେମ୍ବରଙ୍କୁ ଅଣଦେଖା କରିବା, କୌଣସି ପରାମର୍ଶ ନକରି ମନମୁଖୀ ଏକ ଚାଟିଆ ଭାବେ କାର୍ୟ୍ୟ କରନ୍ତି ବୋଲି ଅଭିଯୋଗ ଆଣି, ବିଡିଓ ଶ୍ରୀଯୁକ୍ତ ପଣ୍ଡାଙ୍କ ବଦଳି ଦାବିକରି ଗତ ଡିସେମ୍ବର ୨୦ ତାରିଖ ରେ ପିଆରଆଇ ସଂଘ୍ ପକ୍ଷରୁ ଆନ୍ଦୋଳନରେ ବସିଥିଲେ। ଜିଲ୍ଲା ପ୍ରଶାନର ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରି ୧୫ ଦିନ ଭିତରେ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ତେବେ ବିଡିଓ ଶ୍ରୀଯୁକ୍ତ ପଣ୍ଡାଙ୍କ ବଦଳି ନହେବାରୁ ପିଆରଆଇ ସଂଘ ଗତ ଆଠ ତାରିଖରୁ ପୁଣି ଦ୍ୱିତୀୟଥର ଆମରଣ ଅନଶନ ରେ ବସିଥିଲେ। ଆଜକୁ ପାଞ୍ଚଦିନ ପୁରିବାକୁ ବସିଥିବା ବେଳେ, ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତର ଜନସାଧାରଣ ବ୍ଲକ୍ ସାମ୍ନାରେ ଧାରଣାରେ ବସି ବାଲିଆପାଳ ବିଡିଓ ହାୟ, ହାୟ, ଛିଛି କହି ନାରାବାଜି ଦେଇ କୁଶପୁତ୍ତଳିକା ଦାହ କରିଥିଲେ। ଏହି ଆନ୍ଦୋଳନ କୁ ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ରାଜ୍ୟ ସଭାପତି ସୁଦର୍ଶନ ଦାସ, ସାଂସଦ ପ୍ରତିନିଧି ମହେଶ୍ବର ଜେନା , ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜନ କୁମାର ନାୟକ ପ୍ରମୁଖ ସମର୍ଥନ ଜଣାଇଥିଲେ । ତେବେ ଆସନ୍ତା ୧୬ ତାରିଖ ମଙ୍ଗଳବାର ସୁଦ୍ଧା ଯଦି ବିଡିଓ ଶ୍ରୀଯୁକ୍ତ ପଣ୍ଡା ଙ୍କ ବଦଳି ନହୁଏ, ତେବେ ସାମୁହିକ ଭାବେ ସମସ୍ତ ସରପଞ୍ଚ, ସମିତି ସଦସ୍ୟ/ସଦସ୍ୟା , ୱାର୍ଡ ମେମ୍ବର, ନାଏବ ସରପନ୍ଚ ସମୁହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login