The Ultimate Managed Hosting Platform
ADVERTISEMENT

କାଚରାମାଳ ଅଞ୍ଚଳରେ ଅର୍ପଣ ରଥକୁ ସ୍ୱାଗତ

Facebook
Twitter
LinkedIn

କଟକ : ଆସନ୍ତା ୧୭ ତାରିଖରେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ଉଦଘାଟିତ ହେବ । ଗାଁ ଠାରୁ ସହର ସବୁଠାରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ପାରମ୍ପରିକ ବାଦ୍ୟ ଖୋଳ, ଘଣ୍ଟବାଜା ସାଙ୍ଗକୁ ନୃତ୍ୟ ହରିବୋଲ ହୁଳହୁଳିରେ କମ୍ପି ଉଠୁଥିଲା ଜୟ ଜଗନ୍ନାଥ ଅର୍ପଣ ରଥର ଶୋଭାଯାତ୍ରା । କଟକ ସଦର ନିର୍ବାଚନ ମଣ୍ଡଳୀ ସିଏମସି ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ କାଚରାମାଳ ଓ ଓମଫେଡ଼ କଲୋନୀରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଥିଲା । ଅର୍ପଣ ରଥ ପହଞ୍ଚିବା ପୂର୍ବରୁ ଓମଫେଡ଼ କଲୋନୀର ମହିଳା ମାନେ ସେମାନଙ୍କ ଘର ସମ୍ମୁଖରେ ମୁରୁଜ ପାକାଇବା ସହିତ କଳସ ବସାଇ ଦ୍ୱିପ ଜାଳୀ ଅର୍ପଣ ରଥ ଆସିବାକୁ ଅପେକ୍ଷା କରି ରହିଥିଲେ । ଅର୍ପଣ ରଥ ପହଞ୍ଚିବା ମାତ୍ରେ ମହିଳା ମାନେ ଶଙ୍ଖ ବଜାଇ ହୁଳହୁଳି ଦେବା ସହିତ ପୁରୁଷ ମାନେ ହରିବୋଲ ଦେଇ ରଥକୁ ସ୍ୱାଗତ କରିଥିଲେ । ମହିଳା ମାନେ ଅରୁଆ ଚାଉଳ ,ଗୁଆ ଅର୍ଥ ରାଶି ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ୱ।ର୍ଡ଼ ଅଫିସର ଚିତ୍ତରଞ୍ଜନ ପରିଡ଼ା , ସିଓ ସୁନିତା ସାହୁ, ଏସ ଆଇ ମନୋରଞ୍ଜନ ମହାନ୍ତି, ପ୍ରଦୀପ ସାମନ୍ତରାୟ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ବିଜେଡି ୱ।ର୍ଡ଼ ସଭାପତି ଞାନ ରଞ୍ଜନ ସାହୁ , ସ୍ୱଚ୍ଛ ସାଥୀ ସୁଜାତା ପ୍ରଧାନ, ସାଗରିକା ମହାନ୍ତି, ଜଳସାଥୀ, ଟ୍ୟାକ୍ସ କଲେକ୍ଟ ସାଥୀ, ମିଶନ ଶକ୍ତି ସଭାପତି ଡ଼ଲି ସାହୁ, ଜବିର ସାଙ୍କ ସମେତ କାଚରାମାଳ ଏବଂ ଓମଫେଡ଼ କଲୋନୀର ମହିଳା ପୁରୁଷ ଏବଂ ଯୁବକ ମାନେ ଅର୍ପଣ ରଥ ଶୋଭାଯାତ୍ରାରେ ସାମିଲ ହୋଇ ଘରକୁ ଘର ବୁଲି ଅରୁଆ ଚାଉଳ , ଗୁଆ ସଂଗ୍ରହ କରିଥିଲେ । ଏହି ରଥ ବିଭିନ୍ନ ଗ୍ରାମରେ ପହଞ୍ଚି ମାତ୍ରେ ହରିବୋଲ ,ହୁଳହୁଳି ଶଙ୍ଖ ଧ୍ୱନୀରେ ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଏହି ପରିକ୍ରମା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login