ତାଳଚେର : ୧୧ ଲକ୍ଷ ଟଙ୍କା ସହ ଧରାପଡିଲେ ତାଳଚେର ଟ୍ରାଫିକ ଇନ୍ସପେକ୍ଟର । ଟ୍ରାଫଇକ୍ସ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତାରେ ଧରାପଡିଲେ । ଧରାପଡିଥିବା ଟଙ୍କା ନେଇ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ । ଟ୍ରାଫିକ ଇନ୍ସପେକ୍ଟରଙ୍କ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭିଜିଲାନ୍ସର ଚଢାଉ । ତାଳଚେର ଭଡା ଘରୁ ୩ ଲକ୍ଷ ଟଙ୍କା ଓ ୩୩୬ ଗ୍ରାମ ସୁନା ଜବତ । ଟ୍ରାଫିକ ଇନ୍ସପେକ୍ଟରଙ୍କ ଅସ୍ତରଙ୍ଗ ଘରୁ ୧୦ ଲକ୍ଷ ଟଙ୍କା ଜବତ । ମୋଟ ୨୪ ଲକ୍ଷ ୨୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।
Views: 95











