ନୂଆଦିଲ୍ଲୀ : ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ । ମୋହାଲିରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ । ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଭାରତ । କୋହଲି, ସୂର୍ଯ୍ୟକୁମାର ଓ ପାଣ୍ଡ୍ୟାଙ୍କ ବିନା ମଇଦାନକୁ ଓହ୍ଲାଇବ ଟିମ୍ । ଆହତ ଯୋଗୁଁ ଆଫଗାନିସ୍ତାନ ପକ୍ଷରୁ ଖେଳିବେନି ରସିଦ ଖାନ ।
ଥମ ଟି-୨୦ ଅନୁଷ୍ଠିତ ହେବାକୁ ଥିବାବେଳେ କୋହଲି ଖେଳିବେ ନାହିଁ । ଜାନୁଆରୀ ୧୧ ତାରିଖରେ କୋହଲିଙ୍କ ଝିଅ ଭାମିକାଙ୍କ ଜନ୍ମଦିନ । ଏହି କାରଣରୁ ସେ ଖେଳିବେ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ସେ ଯାହାବି ହେଉ ବ୍ୟକ୍ତିଗତ କାରଣୁ ପ୍ରଥମ ଟି-୨୦ରୁ ନିଜର ନାମକୁ ପ୍ରତ୍ୟାହାର କରିଛନ୍ତି କୋହଲି । ମାତ୍ର ବାକି ଦୁଇ ମ୍ୟାଚ ଖେଳିବେ । ଜାନୁଆରୀ ୧୪ ଏବଂ ୧୭ରେ ଦ୍ବିତୀୟ ଏବଂ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ଦଳକୁ ଫେରିବେ କୋହଲି । ଦୀର୍ଘ ୧୪ ମାସ ପରେ କୋହଲି ଟି-୨୦ ଦଳକୁ ଫେରିଛନ୍ତି । ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ଖେଳୁଥିବା କୋହଲି ଟି-୨୦ ଦଳକୁ ଫେରୁଥିବାବେଳେ ଆଗକୁ ଆସୁଥିବା ଟି-୨୦ ବିଶ୍ବକପରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି; ଖେଳିବେ ନାହିଁ କୋହଲି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











