ରାୟଗଡ : ପୌରାଣିକ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତର ପ୍ରାକୃତିକ ସୋନ୍ଦର୍ୟ୍ୟଭରା ପାଦଦେଶରେ ଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନୟନ ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ କଇଁପୁର ଠାରେ ବାର୍ଷିକ ଉତ୍ସବ ୨୦୨୩-୨୪ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜଗନ୍ନାଥ ରାଓଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏଠାରେ ପ୍ରଥମେ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ବିଦ୍ୟାଳୟର ମୁଖ୍ୟ ଦ୍ଵାର ଠାରୁ ପାରମ୍ପରିକ ଆଦିବାସୀ ନୃତ୍ୟ ସହିତ ମଞ୍ଚ ନିକଟକୁ ପାଛୋଡ଼ି ଆଣିଥିଲେ ଏବଂ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିକଟରେ ଦୀପପ୍ରଜ୍ୱଳନ କରି ଜିଲ୍ଲା ମଙ୍ଗଳ ଅଧିକାରୀ ଗଜପତି ସୁଶ୍ରୀ ମମତା ରାଣୀ ପରିଡାଙ୍କ ସଭାପତିତ୍ୱରେ ଭବ୍ୟ କାର୍ୟ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖି ଥିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ମାଧ୍ୟମରେ ଦିଗଦର୍ଶନ ଦେଇଥିଲେ ।ଏହି ବାର୍ଷିକ ଉତ୍ସବ ର ମୂଳ ଲକ୍ଷ୍ୟ ଥିଲା ଛାତ୍ର ଛାତ୍ରୀ ମାନଙ୍କ ଠାରେ ଥିବା ସୁପ୍ତ ପ୍ରତିଭା କୁ ଲୋକଲୋଚନକୁ ଆଣିବା ଏଣୁ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ପ୍ରସ୍ପୁଟିତ କରିବା ନିମନ୍ତେ ନାଚ, ଗୀତ, ଖେଳ,ବକୃତା,ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା କ୍ଷ ପରିଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇ ଥିଲା ଯାହା ବିଦ୍ୟାଳୟ ରେ ଆନନ୍ଦର ପରିବେଶ ଦେଖିବାକୁ ମିଳୁଥିଲା । ସୂଚନା ମୁତାବକ, ଏହି ବିଦ୍ୟାଳୟ ଛାତ୍ର ଗୋଲକ ବିହାରୀ ଶବର ନିକଟରେ ହୋଇଥିବା ଜୋନ ସ୍ତରୀୟ ସରଗିଫୁଲ କାର୍ୟ୍ୟକ୍ରମ ରେ କୁଇଜ଼ କନିଷ୍ଠ ବର୍ଗ ପ୍ରତିଯୋଗିତା ରେ ଦ୍ୱତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଜିଲ୍ଲା ସ୍ତରୀୟ ସର୍ଗିଫୁଲ ଭଲିବଲ ପ୍ରତିଯୋଗିତା ରେ ଛାତ୍ର ମାନେ ଚମ୍ପିୟାନ ହୋଇଥିଲେ ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ଥିଲା । ଏହି ଭବ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅଧକ୍ଷା ସ୍ୱତନ୍ତ୍ର ଉନୟନ ପରିଷଦ ଗଜପତି ଶ୍ରୀମତୀ ମରିୟମ ରଇତ, ଅନ୍ୟତମ ସନମାନିତ ଅତିଥି ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଶ୍ରୀଯୁକ୍ତ ଫାଲଗୁନି ମାଝୀ,ମଣ୍ଡଳ ଶିକ୍ଷା ନିରୀକ୍ଷକ ରାୟଗଡା ମଣ୍ଡଳ ଶ୍ରୀ ଶ୍ୟାମଘନ ଭୁୟାଁ, ଅଧକ୍ଷା ପଂଚାୟତ ସମିତି ରାୟଗଡ ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପିତାମ୍ବର ନାୟକ, ସରପଞ୍ଚ କଇଁପୁର ଶ୍ରୀ ଜୟନ୍ତୀ ଶବର, ସମିତି ସଭ୍ୟା ମାଧୁରୀ ଶବର,ପୂର୍ବତନ ଷ୍ୟତନ୍ତ୍ର ଉନ୍ୟାୟନ ପରିଷଦ ଅଧଖ୍ୟ ଶ୍ରୀ ଆନ୍ତର୍ଜାମୀ ଗମାଙ୍ଗ, ସନ୍ୟାସୀ କାର୍ଜି, ସନ୍ୟାସୀ ଭୂୟାଁ,ପ୍ରକାଶ ଚନ୍ଦ୍ର ଜେନା, ଓ ଅନ୍ୟାନ ବିଦ୍ୟାଳୟରୁ ନିମନ୍ତ୍ରିତ ପ୍ରଧାନ ଶିକ୍ଷକ, ଅଭିଵାବକ, ବୁଦ୍ଧି ଜୀବି, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମତେ ସମସ୍ତ କର୍ମଚାରୀ ସମ୍ପୂର୍ଣ ସହଯୋଗ କରିଥିଲେ ।
ସରକାରୀ ଉଚ୍ଚ ବିଦ୍ୟାଳୟ କଇଁପୁର ଠାରେ ବାର୍ଷିକ ଉତ୍ସବ ୨୦୨୩ -୨୪ ପାଳିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











