ଭୁବନେଶ୍ୱର : ଆସନ୍ତା ୨୧ରୁ ପୁରୀରୁ ଗଡିବ କଂଗ୍ରେସ ବସ । ଜଗନ୍ନାଥଙ୍କ ଦର୍ଶନ କରି ଗଡିବ କଂଗ୍ରେସ ବସ । ବାଟରେ କିଛି କିଛି ଜାଗାରେ ରହି କରିବେ ପବ୍ଲିକ ମିଟିଂ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ଓଡିଶା ପ୍ରଭାରୀ ଅଜୟ କୁମାର ନେତାଙ୍କ ସହ ବୈଠକ କରି ଟିପ୍ସ ଦେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ବଢି ଯାଇଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ଗାଁ ଗାଁରେ ଘରେ ଘରେ ଲୋକଙ୍କ ପାଖରେ ପହଂଚିବା ପାଇଁ ବସ ଯାତ୍ରାର ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବା ସହ କଂଗ୍ରେସ ଶାସନ ସମୟରେ ହୋଇଥିବା ଲୋକାଭିମୁଖି ଯୋଜନାର ସଫଳତା କହି ଭୋଟ ହାତେଇବା ପାଇଁ ଚେଷ୍ଟା କରିବ ଦଳ ।
Views: 80